ଅଗଷ୍ଟ ୩୧ ପର୍ଯ୍ୟନ୍ତ ଆନ୍ତର୍ଜାତିକ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆନ୍ତର୍ଜାତିକ ବିମାନ ଚଳାଚଳ ଉପରେ ରହିଥିବା ପ୍ରତିବନ୍ଧକକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହା ପୂର୍ବରୁ ୩୧ ଜୁଲାଇ ପର୍ଯ୍ୟନ୍ତ ଆନ୍ତର୍ଜାତିକ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ରହିଥିଲା । ଏହାକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେବେ ଏହି ସମୟରେ ବନ୍ଦେ ଭାରତ ମିଶନ ଅଭିଯାନରେ ଚାଲୁଥିବା ବିମାନରେ ପ୍ରବାସୀ ଭାରତୀୟ ଭାରତ ଫେରି ପାରିବେ ।

କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଆନ୍ତର୍ଜାତିକ ବିମାନ ଚଳାଚଳ ନିମନ୍ତେ ଭାରତ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ବୋଲି ସୂଚନା ଦେଇଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ଆନ୍ତର୍ଜାତିକ ବିମାନ ଚଳାଚଳ ସ୍ବାଭାବିକ ହେବ ବୋଲି ସେ ଆଶାପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ କରୋନା ସଂକ୍ରମଣ ଦୃଷ୍ଟିରୁ ମାର୍ଚ ୨୩ ତାରିଖରୁ ଆନ୍ତର୍ଜାତିକ ଓ ମାର୍ଚ ୨୫ ତାରିଖରୁ ଘରୋଇ ବିମାନ ଚଳାଚଳ ବନ୍ଦ କରାଯାଇଥିଲା । ଦୁଇମାସ ପରେ ୨୫ ମେରେ କିଛି ଘରୋଇ ବିମାନ ଚଳାଚଳ ଆରମ୍ଭ କରିଛି ।

Comments are closed.