ଜୁଲାଇ ୩୧ ପର୍ଯ୍ୟନ୍ତ ସମସ୍ତ ଆନ୍ତର୍ଜାତିକ ବିମାନ ଚଳାଚଳ ରଦ୍ଦ

ଜୁଲାି ୩୧ ପର୍ଯ୍ୟନ୍ତ ସମସ୍ତ ଆନ୍ତର୍ଜାତିକ ବାଣିଜ୍ୟିକ ବିମାନ ଚଳାଚଳକୁ ରଦ୍ଦ କରିଛି ଡ଼ିଜିସିଏ । ଏ ସମ୍ପର୍କରେ ଡ଼ିଜିସିଏ ପକ୍ଷରୁ ଏକ ନୂତନ ଅଧିସୂଚନା ଜାରି କରାଯାଇଛି । ଏହି ଅଧିସୂଚନା ଅନୁସାରେ ୩୧ ଜୁଲାଇ ପର୍ଯ୍ୟନ୍ତ ସମସ୍ତ ନିର୍ଧାରିତ ବିମାନ ଚଳଚଳକୁ ରଦ୍ଦ କରାଯାଇଛି । ଦେଶରେ କ୍ରମାଗତ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି ।

ତେବେ ଏହି ଅବଧି ମଧ୍ୟରେ କିଛି ନିର୍ଦିଷ୍ଟ ଆନ୍ତର୍ଜାତିକ ମାର୍ଗରେ ଜରୁରୀ ଆବଶ୍ୟକତା ନିମନ୍ତେ ବିମାନଚଳଚଳକୁ ଅନୁମତି ଦିଆଯିବ । ଏହାବ୍ୟତୀତ କାର୍ଗେ ଫ୍ଲାଇଟ୍ ନିମନ୍ତେ ମଧ୍ୟ ସ୍ବତନ୍ତ୍ର ଅନୁମତି ମିଳିବ । ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨୩ ମାର୍ଚରୁ ଦେଶରୁ ସମସ୍ତ ଆନ୍ତର୍ଜାତିକ ବିମାନସେବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ପୂର୍ବରୁ ୨୬ ଜୁନରେ ଡ଼ିଜିସିଏ ଜୁଲାଇ ୧୫ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ବିମାନ ଚଳଚଳ ଉପରେ ଅଙ୍କୁଶ ଲଗାଇଥିଲା । ଏବେ ତାହାକୁ ସଂଶୋଧନ କରି ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଅନ୍ୟପକ୍ଷରେ ଆନ୍ତର୍ଜାତିକ ବିମାନ ଚଳାଚଳ କେବେ ନିଶ୍ଚିତ ହେବ ସେ ସମ୍ପର୍କରେ କୌଣସି ନିଶ୍ଚିତତା ନାହିଁ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ । ଏକ ଟ୍ବିଟରେ ସେ କହିଛନ୍ତି ଯେତେବେଳେ ବିଦେଶୀ ରାଷ୍ଟ୍ରଗୁଡ଼ିକ ଆନ୍ତର୍ଜାତିକ ବିମାନ ଚଳାଚଳ ନେଇ ରହିଥିବା ପ୍ରତିବନ୍ଧକ ହଟାଇ​‌ବେ ସେତେବେଳେ ଭାରତ ବିମାନ ଚଳାଚଳ ସମ୍ପର୍କରେ ବିଚାର କରିବ ।

Comments are closed.