ଏଫଆଇଏଚ୍ ହକି ଫାଇନାଲ : ଆମେରିକା ଓ ପୋଲାଣ୍ଡ ବିଜୟୀ

ଭୁବନେଶ୍ବର : ଆନ୍ତର୍ଜାତିକ ଫେଡେରେସନ ପୁରୁଷ ବିଭାଗ ହକି ସିରିଜ୍ ଫାଇନାଲ ପ୍ରତିଯୋଗିତା ଗୁରୁବାରଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି। ଗୁରୁବାର ସକାଳେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଆମେରିକା ଦକ୍ଷିଣ ଆଫ୍ରିକାକୁ ୦-୨ ଗୋଲରେ ପରାସ୍ତ କରିଛି । ଅପରାହ୍ନରେ ଦ୍ୱିତୀୟ ମ୍ୟାଚ ପୋଲାଣ୍ଡ ଓ ଉଜ୍‍ବେକିସ୍ତାନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପୋଲାଣ୍ଡ ୪-୦ ଉଜ୍‍ବେକିସ୍ତାନକୁ ପରାସ୍ତ କରିଛି

ସଂଧ୍ୟା ୭ଟାରେ ୮ଥର ଚମ୍ପିୟାନ ଭାରତ, ଋଷିଆ ସହିତ ନିଜର ଅଭିଯାନର ଶୁଭାରମ୍ଭ କରିବ । ଜୁନ୍‍ ୧୦ ତାରିଖରେ ହେବାକୁ ଥିବା ଫାଇନାଲ ପୁଲ୍‍-ଏ ଖେଳରେ ଭାରତ ଉଜ୍‍ବେକିସ୍ତାନକୁ ଭେଟୁଥିବାବେଳେ ଆସନ୍ତା କାଲି ଭାରତ ପୋଲାଣ୍ଡକୁ ଭେଟିବ।

ଆୟୋଜକ ଭାରତ ସମେତ ପୋଲାଣ୍ଡ, ରୁଷିଆ, ଉଜ୍‍ବେକିସ୍ତାନ, ଦକ୍ଷିଣ ଆଫ୍ରିକା, ଜାପାନ୍‍, ଆମେରିକା ଭଳି ଦେଶ ମଧ୍ୟରୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଦୁଇଟି ଟିମ୍‍ ଏହିବର୍ଷ ଆକ୍ଟୋବରରୁ ନଭେମ୍ବର ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏଫ୍‍ଆଇଏଚ୍‍ ଅଲମ୍ପିକ୍‍ କ୍ୱାଲିଫାୟର୍‍ସରେ ସାମିଲ ହେବେ।

ତେବେ ସକାଳର ମ୍ୟାଚ୍‍ ଦେଖିବା ପାଇଁ ଦର୍ଶକମାନଙ୍କୁ  ମାଗଣା ଟିକେଟ ଦିଆଯାଇଥିବାବେଳେ ଅପରାହ୍ଣ ମ୍ୟାଚ୍‍ ପାଇଁ ଟିକଟ ପ୍ରବେଶ ବ୍ୟବସ୍ଥା କରାଯାଇଛି। ଟିକଟ ବିକ୍ରିର ଲାଭାଂଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯିବ ବୋଲି ଏଫ୍‍ଆଇଏଚ୍‍ କହିଛି।

Comments are closed.