ଯମରାଜଙ୍କ ଗୃହ ଏହି ଗ୍ରହ, ଯେଉଁଠି ଜୀବନ ରହିବା ଅସମ୍ଭବ

ଗ୍ରହ ଗୁଡିକ ମଧ୍ୟରୁ ପ୍ଳୁଟୋର ନାମ ଆପଣ ଶୁଣିଥିବେ ନିଶ୍ଚୟ। ୨୦୦୬ ମସିହା ପର୍ଯ୍ୟନ୍ତ ଏହି ଗ୍ରହ ସୌରମଣ୍ଡଳର ସବୁଠାରୁ ଛୋଟ ଗ୍ରହ ଭାବେ ଜଣାଥିଲା। କିନ୍ତୁ ପରେ ପ୍ଳୁଟୋ ଗ୍ରହଠାରୁ ଛୋଟ ଗ୍ରହକୁ ମଧ୍ୟ ବୈଜ୍ଞାନିକମାନେ ଖୋଜି ବାହାର କରିଥିଲେ। ପ୍ଳୁଟୋ ଗ୍ରହକୁ ଯମରାଜଙ୍କ ଗ୍ରହ ବା ଗୃହ ବୋଲି କୁହାଯାଏ। ଆଜି ଆମେ ଆପଣଙ୍କୁ ଏହି ଗ୍ରହ ବିଷୟରେ ଅଜବ ଓ ରହସ୍ୟମୟ ତଥ୍ୟ ଜଣାଇବୁ, ଯାହା ଶୁଣିଲେ ଆପଣ ଚକିତ ହୋଇଯିବେ।

୧୯୩୦ ଫେବୃଆରୀ ୧୫ରେ ଗଣିତ ଜ୍ୟୋତିଷବିଦ୍ କ୍ଲୀଡ୍ ଡବ୍ଲ୍ୟୁ.ଟମ୍‌ବାଘ ଦୁର୍ଘଟଣା ବଶତଃ ପ୍ଳୁଟୋକୁ ଖୋଜି ବାହାର କରିଥିଲେ। ପ୍ରକୃତରେ ଜ୍ୟୋତିଷବିଦ୍ ‘ପ୍ଲେନେଟ ଏକ୍ସ’ ନାମକ ଏକ ଅଜଣା ଗ୍ରହର ସନ୍ଧାନରେ ଥିଲେ। ଯେଉଁ ଗ୍ରହ ୟୁରେନସ ଏବଂ ନେପଚ୍ୟୁନ କକ୍ଷ ମଧ୍ୟରେ ଦ୍ବନ୍ଦ ସୃଷ୍ଟି କରୁଥିଲା। ଏହି ସମୟରେ ପ୍ଲୁଟୋର ଉଦ୍ଭାବନ ହୋଇଥିଲା।

ଲଣ୍ଡନର ଅକ୍ସଫର୍ଡ ସ୍କୁଲର ୧୧ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀ ଭେନେଜିଆ ବର୍ନେ ଏହି ଗ୍ରହର ନାମକରଣ କରି ପ୍ଳୁଟୋ ରଖିଥିଲେ। ଛାତ୍ରୀଙ୍କ ତଥ୍ୟ ଅନୁଯାୟୀ, ରୋମରେ ଅନ୍ଧେରେ ଦେବତାଙ୍କୁ ପ୍ଳୁଟୋ କୁହାଯାଏ। ଏହି ଗ୍ରହ ଅଧିକାଂଶ ସମୟ ଧରି ଅନ୍ଧାର ମଧ୍ୟରେ ରହୁଥିବାରୁ ଏହାର ନାମ ପ୍ଲୁଟୋ ରଖିବାକୁ ଛାତ୍ରୀ ପରାମର୍ଶ ଦେଇଥିଲେ। ଏଥିପାଇଁ ସେ ସମୟରେ ଛାତ୍ରୀଙ୍କୁ ପୁରସ୍କାର ଭାବେ ପାଞ୍ଚ ପାଉଣ୍ଡ ମିଳିଥିଲା।

ସୁର୍ଯ୍ୟ ଚାରିପଟେ ପରିକର୍ମା କରିବାକୁ ପ୍ଳୁଟୋକୁ ୨୪୮ ବର୍ଷ ସମୟ ଲାଗେ। ପ୍ଳୁଟୋର ଗୋଟିଏ ଦିନ ପୃଥିବୀର ୬.୪ ଦିନ ସହ ସମାନ। ଏହି ଗ୍ରହର ଗୋଟିଏ ଦିନ ପ୍ରାୟ ୧୫୩ ଘଣ୍ଟା ହୋଇଥାଏ।

ପ୍ଳୁଟୋ କେବଳ ବରଫ ଗ୍ରହ। ପ୍ଲୁଟୋର ଜଳମାତ୍ରା ପୃଥିବୀ ପୃଷ୍ଠରେ ଥିବା ସମସ୍ତ ମହାସାଗରର ସଂରକ୍ଷିତ ଜଳରୁ ପ୍ରାୟ ୩ ଗୁଣ ଅଧିକ ବୋଲି ବୈଜ୍ଞାନିକମାନେ ମତ ଦିଅନ୍ତି। ଏହା ସହ ପ୍ଲୁଟୋ ପୃଷ୍ଠରେ ବଡ ବଡ ଗାତ ମଧ୍ୟ ରହିଛି।

ପ୍ଲୁଟୋ ଓ ସୂର୍ଯ୍ୟ ମଧ୍ୟରେ ବ୍ୟବଧାନ ଖୁବ୍ ଅଧିକ ରହିଥିବାରୁ ସୂର୍ଯ୍ୟକିରଣ ପ୍ଲୁଟୋ ଗ୍ରହରେ ପଡିପାରେ ନାହିଁ। ସୂର୍ଯ୍ୟକିରଣ ପ୍ଲୁଟୋ ଗ୍ରହ ପର୍ଯ୍ୟନ୍ତ ପହଞ୍ଚିବାକୁ ପ୍ରାୟ ୫ ଘଣ୍ଟା ସମୟ ଲାଗେ। କିନ୍ତୁ ସୂର୍ଯ୍ୟକିରଣ ପୃଥିବୀ ପୃଷ୍ଠରେ ପହଞ୍ଚିବାକୁ ୮ମିନିଟ୍ ୨୦ ସେକେଣ୍ଡ ସମୟ ଲାଗିଥାଏ।

ପ୍ଲୁଟୋ ଗ୍ରହରେ ଜୀବନ ଧାରଣ ଅସମ୍ଭବ ବୋଲି ବୈଜ୍ଞାନିକମାନେ ମତ ଦିଅନ୍ତି। କାରଣ ସେଠା​‌ରେ ତାପାମତ୍ରା ବିଯୁକ୍ତ ୨୩୩ରୁ ବିଯୁକ୍ତ ୨୨୩ (-୨୩୩ରୁ -୨୨୩) ଡିଗ୍ରୀ ସେଲସିୟସ ରହିଥାଏ। ଯାହା ଦ୍ବାରା କୌଣସି ଜୀବ ସେକେଣ୍ଡରେ ବରଫର ଜମାଟ ପାଲଟିଯିବ। ତେଣୁ ଏହି ଗ୍ରହକୁ ଯମରାଜଙ୍କ ଗ୍ରହ ବା ଗୃହ ବୋଲି କୁହାଯାଏ।

Comments are closed.