ସୁଧ ହାର କମିଲା

ଆଜିଠାରୁ ଆରମ୍ଭ ହୋଇଥିବା ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ୩ ମାସ ନିମନ୍ତେ ବିଭିନ୍ନ କ୍ଷୁଦ୍ର ସଞ୍ଚୟ ଯୋଜନାରେ ସରକାର ସୁଧ ହାର ହ୍ରାସ କରିଛନ୍ତି। ଏହି କ୍ରମରେ ସଞ୍ଚୟ ଯୋଜନାରେ ସୁଧହାର ୪ ପ୍ରତିଶତରୁ ୩ ଦଶମିକ ୫ ପ୍ରତିଶତକୁ ହ୍ରାସ କରାଯାଇଥିବାବେଳେ ପବ୍ଲିକ୍‍ ପ୍ରୋଭିଡେଣ୍ଟ ଫଣ୍ଡ – ପି.ପି.ଏଫ୍‍.ରେ ସୁଧହାର ୭ ଦଶମିକ ୧ରୁ ୬ ଦଶମିକ ୪ ପ୍ରତିଶତକୁ ହ୍ରାସ କରାଯାଇଛି।

ସେହିପରି ଜାତୀୟ ସଞ୍ଚୟ ସାର୍ଟିଫିକେଟ୍‍ ଯୋଜନାରେ ୬ ଦଶମିକ ୮ରୁ ୫ ଦଶମିକ ୯ ଏବଂ କିଷାନ୍‍ ବିକାଶ ପତ୍ରରେ ୬ ଦଶମିକ ୨ ପ୍ରତିଶତକୁ ସୁଧହାର ହ୍ରାସ କରାଯାଇଛି। ସୁକନ୍ୟା ସମୃଦ୍ଧି ଯୋଜନାରେ ମଧ୍ୟ ସୁଧହାର ୭ ଦଶମିକ ୬ରୁ ୬ ଦଶମିକ ୯ ଏବଂ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ସୁଧହାର ୭ ଦଶମିକ ୪ରୁ ୬ ଦଶମିକ ୫କୁ ହ୍ରାସ କରାଯାଇଛି।

Comments are closed.