କାଲିଠାରୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ

ଭୁବନେଶ୍ୱର : ଆସନ୍ତାକାଲିଠାରୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ ରହିବ। କାଲିଠାରୁ ରାଜ୍ୟର କୌଣସି ବସ୍ ଅନ୍ୟ ରାଜ୍ୟକୁ ଚଳାଚଳ କରିବ ନାହିଁ। ଏନେଇ ଘରୋଇ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ତେବେ ଆଜି ‘ଜନତା କର୍ଫ୍ୟୁ’ ପାଇଁ ବସ୍, ଟ୍ୟାକ୍ସି, ଅଟୋ, ଘରୋଇ ଯାନ ଚଳାଚଳ ବନ୍ଦ ରହିଛି।  ଫଳରେ ଚାରିଆଡେ ଜନଶୂନ୍ୟ ହୋଇ ପଡ଼ିଛି। ଗାଁଠୁ ସହର ସବୁ ସ୍ଥାନରେ ବଜାର ଓ ଗାଡ଼ିମୋଟର ବନ୍ଦ ରହିଛି।

Comments are closed.