ଆନ୍ତଃ ମହାବିଦ୍ୟାଳୟ ଫୁଟବଲ : ୪ ଦଳ ସେମିଫାଇନାଲକୁ ଉନ୍ନୀତ

ରେଙ୍ଗାଲି : ଲଇଡାର ଦୁତିକା ସାହୁ ମହାବିଦ୍ୟାଳୟ ଖେଳ ପଡିଆରେ ଗତ କାଲିଠାରୁ ଚାଲିଥିବା ଆନ୍ତଃ ମହାବିଦ୍ୟାଳୟ ଫୁଟବଳ ଟୁର୍ଣାମେଣ୍ଟର ଆଜି ଥିଲା ଦ୍ୱିତୀୟ ଦିବସ । ଆଜି ଅନୁଷ୍ଠିତ ହୋଇଥିବା ଖେଳରେ ଝାଡେଶ୍ୱର ଡିଗ୍ରୀ କଲେଜ ଧମା, ମ୍ୟୁନିସିପାଳ ଡିଗ୍ରୀ କଲେଜ ରାଉରକେଲା, ସୁନ୍ଦରଗଡ ସରାକାରୀ ଡିଗ୍ରୀ କଲେଜ ଏବଂ ଡାଳମିଆଁ ଡିଗ୍ରୀ କଲେଜ ରାଉରକେଲା ନିଜ ନିଜ ପ୍ରତପକ୍ଷ ଦଳକୁ ପରାସ୍ତ କରି ସେମିଫାଇନାଲ୍ ସ୍ତରକୁ ଉନ୍ନୀତ ହୋଇଛନ୍ତି । ଆସନ୍ତା କାଲି ସେମି ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ।

Comments are closed.