୧୭ ବର୍ଷରୁ କମ୍‌ ବୟସ୍କଙ୍କ ପାଇଁ ରାତି ୧୨ରୁ ସକାଳ ଛ’ପର୍ଯ୍ୟନ୍ତ ଇଣ୍ଟରନେଟ ନିଷେଧ କରିବ ମାଲେସିଆ!

0

କୁଲାଲାମ୍ପୁର: ମାଲେସିଆରେ  ବସବାସ କରୁଥିବା ୧୭ ବର୍ଷରୁ କମ୍‌ ବୟସ୍କଙ୍କ ପାଇଁ  ରାତି ୧୨ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ଇଣ୍ଟରନେଟ ନିଷେଧ କରିବାପାଇଁ  ମାଲେସିଆ ସରକାର ବିଚାର କରୁଛନ୍ତି । ଏକ ସର୍ବେକ୍ଷଣରୁ ମାଲେସିଆରେ ବସବାସ କରୁଥିବା କିଶୋର ବୟସ୍କମାନେ ଇଣ୍ଟରନେଟ ପ୍ରତି ଅତ୍ୟଧିକ ଆଗ୍ରହ ଦେଖାଉଛନ୍ତି । ୧୪ରୁ ୧୭ ବୟସ୍କ କିଶୋରମାନେ ରାତିରେ ଅଧିକାଂଶ ସମୟ ଇଣ୍ଟରନେଟ ବ୍ୟବହାର କରୁଥିବା ଜଣା ପଡିଛି ।

ସୋସିଆଲ ମିଡିଆ ଓ ଅନ୍‌ଲାଇନ୍‌ ଗେମିଂରେ ସେମାନେ ଅଧିକାଂଶ ସମୟ  ବିତାଉଛନ୍ତି ।  ଏହି କାରଣରୁ ସେମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା  ହେଉଥିବା ଜଣା ପଡିଛି । ଏହା କିଶୋରମାନଙ୍କ ମାନସିକ ଅବସ୍ଥା ଉପରେ ଖରାପ ପ୍ରଭାବ ପକାଥିବା ଜଣା ପଡିବା ପରେ ଇଣ୍ଟରନେଟ୍‌କୁ କିଶୋରମାନଙ୍କ ପାଇଁ ରାତିରେ ନିଷେଧ କରିବା ପାଇଁ  ମାଲେସିଆ ସରକାର ଚିନ୍ତା କରୁଛନ୍ତି ।

 

Leave A Reply