ବାୟୁସେନା ଘାଟି ଉପରେ ଆତଙ୍କୀ ଆକ୍ରମଣ ଆଶଙ୍କା-ହାଇଆଲର୍ଟ ଜାରି

ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରରେ ଥିବା ଭାରତୀୟ ବାୟୁସେନାର ଦୁଇଟି ଘାଟି ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରୁଥିବା ଗୁଇନ୍ଦା ସୂତ୍ରରୁ ଖବର ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଗୁଇନ୍ଦା ଖବର ଅନୁଯାୟୀ ଶ୍ରୀନଗର ଏବଂ ଅବନ୍ତିପୁରା ବାୟୁସେନା ଘାଟି ଉପରେ ଏହି ଆକ୍ରମଣ ହେବ ନେଇ ସୂଚନା ମିଳିଛି। ଉଭୟ ବାୟୁସେନା ଘାଟି ଓ ନିକଟବର୍ତ୍ତୀ ଅଞ୍ଚଳଗୁଡିକରେ ସୁରକ୍ଷାବଳକୁ ହାଇଆଲର୍ଟରେ ରଖାଯାଇଛି।

Comments are closed.