MEllora 950×100

ଇନଟାକ୍ ସମ୍ବଲପୁର ଚାପ୍ଟର ପକ୍ଷରୁ ସମ୍ବଲପୁର ଇତିହାସ ଉପରେ ଆଲୋଚନାଚକ୍ର

ସମ୍ବଲପୁର : ଇନଟାକ୍ ସମ୍ବଲପୁର ଚାପ୍ଟର ପକ୍ଷରୁ ସ୍ଥାନୀୟ ସାର୍ବଜନୀନ ପାଠାଗାରଠାରେ ସୋମବାର ସମ୍ବଲପୁର ଇତିହାସ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାାଇଛି । ଏହି ଆଲୋଚନା ଚକ୍ରରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ଡ. ଅତୁଲ କୁମାର ପ୍ରଧାନ ଯୋଗ ଦେଇ କହିଛନ୍ତି ଯେ, ପଶ୍ଚିମ ଓଡିଶାରେ ବିକ୍ଷିପ୍ତ ଭାବରେ ରହିଥିବା ଐତିହାସିକ ସ୍ଥଳୀ ଗୁଡିକର ଖନନ ହେଲେ ଭୌଗଳିକ ଇତିହାସ ଅଧିକ ସ୍ପଷ୍ଟ ହେବା ସହିତ ଓଡିଶା ଇତିହାସର ପ୍ରକୃତ ଧାରାବାହିକତା ପ୍ରଘଟ ହେବ। ଛତିଶଗଡକୁ କେନ୍ଦ୍ର କରି ଗଢ଼ି ଉଠିଥିବା ସାମ୍ରାଜ୍ୟ ଗୁଡିକର ପଶ୍ଚିମ ଓଡିଶା ସହିତ ସର୍ମ୍ପକରେ ଡ. ପ୍ରଧାନ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ପଶ୍ଚିମ ଓଡିଶାର ପ୍ରାଚୀନ ନଗର ଗୁଡିକ ବାବଦରେ ଉଲ୍ଲେଖ୍ୟ କରିଥିଲେ। ଉତଖନନ ସମୟରେ ମିଳିଥିବା ଶିଳାଲେଖ, ପ୍ରାଚୀନ ମୁଦ୍ରା ଆଦି ବିଷୟରେ ଆଲୋଚନା କରି ଏ ଗୁଡିକ ଇତିହାସର ସାକ୍ଷ୍ୟ ଅଟନ୍ତି ବୋଲି ସେ କହିଥିଲେ। ଅସୁରଗଡ ଭାବରେ ଜଣାଶୁଣା ଯେଉଁ ଅନେକ ସ୍ଥାନ ଅଛି ସେହି ସ୍ଥାନ ଗୁଡିକରେ ଐତିହାସିକ ଉତ୍ତଖନନର ଆବଶ୍ୟକତା ରହିଛି। ବରପାଲିର ଅସୁରଗଡରେ ତାଙ୍କର ଦ୍ୱାରା ହୋଇଥିବା ଉତ୍ତଖନନର ଉପଲବ୍ଧତା ସର୍ମ୍ପକରେ ସେ ପ୍ରୋଜେକ୍ଟର ମାଧ୍ୟମରେ ଏକ ଚିତ୍ର ପ୍ରଦର୍ଶନ ଜରିଆରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଇନଟାକ ସମ୍ବଲପୁର ଚାପ୍ଟରର ଆବାହକ ତାରିଣୀ ପ୍ରସାଦ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହ ଆବାହକ ଦୀପକ କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ଶଶାଙ୍କ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.