ସ୍ତ୍ରୀ ଉଡାଇଥିଲେ, ସ୍ବାମୀ ଉପାଡ଼ି ନେଇଗଲେ

ପାଟଣା : ସନ୍ଧ୍ୟା ଯାଇ ସକାଳ ହେଲା, ଜାତୀୟ ପତାକା ଅବତରଣ କରାଗଲା ନାହିଁ । ଏନେଇ ଗାଁ ଲୋକେ ତାତିଲେ ଏବଂ ଭୁଲ ଜାଣିବା ପରେ ଅଙ୍ଗନବାଡ଼ି ଦିଦିଙ୍କ ନିର୍ଦ୍ଦେଶରେ ତାଙ୍କ ସ୍ବାମୀ ଅଙ୍ଗନବାଡ଼ି କେନ୍ଦ୍ର ସାମ୍ନାକୁ ଆସି ସିଧା ପତାକା ସହ ଖୁଣ୍ଟକୁ ଉପାଡି ଘରକୁ ନେଇଗଲେ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଖଡ଼ିକାପଦା ପଞ୍ଚାୟତ ଗୋହିରା ଅଙ୍ଗନ ୱାଡି କେନ୍ଦ୍ରରେ । ସାଧାରଣତନ୍ତ୍ର ଦିବସକୁ ସମ୍ମାନ ଦେଇ ଜାତୀୟ ପତକାକୁ ଉତ୍ତୋଳନ କରିଥିଲେ ଅଙ୍ଗନ ୱାଡି ଦିଦି । ହେଲେ ୨୬ତାରିଖ ସନ୍ଧ୍ୟା ପୂର୍ବରୁ ଜାତୀୟ ପତକାକୁ ସମ୍ମାନର ସହିତ ଅବତରଣ କରାଯାଏ ବୋଲି ଦିଦି ବୋଧେ ଭୁଲି ଯାଇଥିଲେ । ରାତି ପାହି ୨୭ତାରିଖ ସକାଳ ହୋଇଗଲା ହେଲେ ବି ଜାତୀୟ ପତାକାକୁ ଦିଦି ଖୋଲି ନଥିଲେ। ସେପଟେ ଗ୍ରାମର କିଛି ଯୁବକ ଏହା ଦେଖି ଭିଡିଓ ଉତ୍ତୋଳନ କରି ଭାଇରାଲ କରିବା ପରେ ଦିଦିଙ୍କ ସ୍ୱାମୀ ସକାଳ ପ୍ରାୟ ପାଖାପାଖି ୯ ଟା ସମୟରେ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସି ପତାକା ସହ ଖୁଣ୍ଟକୁ ଉପାଡି ନେବା ଘଟଣା ଏଠାରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି ।

Comments are closed.