ମହାନଦୀ ବ୍ରିଜ ନିର୍ମାଣସଂସ୍ଥା କ୍ୟାମ୍ପରୁ ଚୋରି , ଜଣେ ଗିରଫ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁର ନିର୍ମାଣକାରୀ ସଂସ୍ଥା କ୍ୟାମ୍ପ ପରିସରରୁ ଏକ ଲୁହାର ଏକ୍ସପେନସନ ଜଏଂଟ ଚୋରି ଘଟଣାରେ ହରଭଙ୍ଗା ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ହରଭଙ୍ଗା ଥାନା ଅର୍ନ୍ତଗତ ବୁଲୁରା ଗ୍ରାମର କୃଷ୍ଣ ଚୌଧୁରୀ(୩୦) ବୋଲି ଜଣାପଡିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଭୋର ସକାଳୁ ସକାଳୁ ସାକୁଶିଙ୍ଗାସ୍ଥିତ ନିର୍ମାଣକାରୀ ଠିକାସଂସ୍ଥାର କ୍ୟାମ୍ପ ପରିସରରୁ ଏକ ଲୁହାର ଏକ୍ସପେନସନ ଜଏଂଟ ଚୋରି ହୋଇଥିବା ସଂସ୍ଥା ପକ୍ଷରୁ ହରଭଙ୍ଗା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ହରଭଙ୍ଗା ପୁଲିସ ଘଟଣାର ତଦନ୍ତ କରିବା ସହିତ ଏକ ବୁଦାମୂଲରୁ ଉକ୍ତ ସାମଗ୍ରୀକୁ ଜବତ କରିଥିଲା। ଏହି ଘଟଣାରେ ସଂପୃକ୍ତ ବୁଲୁରା ଗ୍ରାମର କବାଡିବାଲା କୃଷ୍ଣ ଚୌଧୁରୀ (ମିଥୁନ) କୁ ଗିରଫ କରିଥିଲା। ଏ ନେଇ ହରଭଙ୍ଗା ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ତଦନ୍ତକାରୀ ଅଫିସର ପ୍ରାଣବନ୍ଧୁ ସାହୁ ସୂଚନା ଦେଇଛନ୍ତି।

Comments are closed.