ଓଡ଼ିଆ ଗବେଷଣା ପରିଷଦର ୪୨ତମ ବାର୍ଷିକୋତ୍ସବ

ସାହିତ୍ୟ-ସମୀକ୍ଷକ ଡଃ ବାବାଜୀଚରଣଙ୍କୁ କ୍ଷେତ୍ରବାସୀ ସାହିତ୍ୟବିଦ୍ୟା ଓ କବି ଡଃ ତୁହିନାଂଶୁଙ୍କୁ କୃଷ୍ଣଚରଣ କାବ୍ୟପୁରୁଷ ପୁରସ୍କାର

ଡେସ୍କ: ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଗବେଷଣା ପରିଷଦର ୪୨ତମ ବାର୍ଷିକୋତ୍ସବ ସେପ୍ଟେମ୍ବର ୪ ତାରିଖ ରବିବାର ଦିନ କଟକ ଶ୍ରୀରାମଚନ୍ଦ୍ର ଭବନ ପରିସରରେ ପୂର୍ବାହ୍ନ ୧୦ଟାରେ ଅନୁଷ୍ଠିତ ହେବ। ଏଥିରେ ପୁରୀ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରିହର ହୋତା ମୁଖ୍ୟ ଅତିଥି ଭାବେ ଯୋଗ ଦେଉଥିବା ବେଳେ ଅଧ୍ୟାପକ ଡଃ କମଳା ପ୍ରସାଦ ମହାପାତ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେବେ। ଉତ୍ସବରେ ସାହିତ୍ୟ-ସମୀକ୍ଷକ ଡଃ ବାବାଜୀଚରଣ ପଟ୍ଟନାୟକଙ୍କୁ ‘କ୍ଷେତ୍ରବାସୀ ସାହିତ୍ୟବିଦ୍ୟା ପୁରସ୍କାର’ ଓ କବି ଡଃ ତୁହିନାଂଶୁ ରଥଙ୍କୁ ‘କୃଷ୍ଣଚରଣ କାବ୍ୟପୁରୁଷ ପୁରସ୍କାର’ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯିବ ବୋଲି ପରିଷଦର ସଭାପତି ସୁଧୀର ଚନ୍ଦ୍ର ବେହୁରା ଓ ସମ୍ପାଦକ ଡଃ ଅଜୟ କୁମାର ପଟ୍ଟନାୟକ ଜଣାଇଛନ୍ତି।

Comments are closed.