ମଙ୍ଗଳରେ ଅବତରଣ କରିଥିବା ମହାକାଶ ଯାନ ‘ଇନ୍‌ସାଇଟ’ରେ ଏକ ଲକ୍ଷ ଭାରତୀୟଙ୍କ ନାମ

0

ନ୍ୟୁୟର୍କ . –  ମଙ୍ଗଳ ପୃଷ୍ଟରୁ ନାସା ପକ୍ଷରୁ   ପ୍ରେରଣ କରାଯାଇଥିବା ଇନସାଇଟ୍‌ ମହାକାଶଯାନରେ ଏକ ଲକ୍ଷ ୩୮ ହଜାର ଭାରତୀୟଙ୍କର ନାମ ଲେଖାଯାଇଛି । ଏକ ମାଇକ୍ରୋଚିପ୍‌ରେ ଏତେ ସଂଖ୍ୟକ ଭାରତୀୟଙ୍କ ନାମ ଲେଖାଯାଇଛି ।

ଏହି ମହାକାଶଯାନରେ ସର୍ବାଧିକ ଆମେରିକୀୟ ନାଗରିକଙ୍କର ନାମ ରହିଛି । ଏଥିରେ ୬,୭୬,୭୭୩ ଜଣ ଆମେରିକୀୟଙ୍କର ନାମ ରହିଛି ।  ଚୀନ ନାଗରିକଙ୍କ ନାମ ଦ୍ୱିତୀୟ ସର୍ବାଧିକ । ପ୍ରାୟ ୨,୬୨,୭୫୨ ଜଣ ଚୀନ ନାଗରିକଙ୍କର ନାମ ରହିଛି ।

ମଙ୍ଗଳଗ୍ରହ ବିଷୟରେ ଅଧିକ ତଥ୍ୟ ହାସଲ କରିବା ପାଇଁ ଇନ୍‌ସାଇଟ୍‌କୁ ମଙ୍ଗଳଗ୍ରହକୁ  ପ୍ରେରଣ କରାଯାଇଛି।  ନଭେମ୍ବର ୨୭ ତାରିଖରେ ଏହା ମଙ୍ଗଳରେ ସଫଳତାର ସହ ଅବତରଣ କରିଥିଲା । ଏହାପରେ ମଙ୍ଗଳର ଫଟୋ ପ୍ରେରଣ କରିବା ସହ ବିଭିନ୍ନ ତଥ୍ୟ ପ୍ରେରଣ ଇନସାଇଟ୍‌ ପ୍ରେରଣ କରିଛି ।

Leave A Reply