ଆଜି ନୌସେନାରେ ସାମିଲ ହେବ ‘ଆଇଏନ୍‌ଏସ ବିଶାଖାପାଟଣା’

ନୂଆଦିଲ୍ଲୀ : ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ଷେପଣାସ୍ତ୍ର ବିଧ୍ବଂସୀ ଜାହାଜ ‘ଆଇଏନଏସ ବିଶାଖାପାଟଣା’ ରବିବାର ଭାରତୀୟ ନୌସେନାରେ ସାମିଲ ହେବ। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମୁମ୍ବଇସ୍ଥିତ ନାଭାଲ ଡକୟାର୍ଡରେ ଏହି ଜାହାଜର ଜଳାବତରଣ ସହ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଭାରତ ସରକାର ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ଓ ତିନି ବାହିନୀର ଆଧୁନିକୀକରଣ ଉପରେ ଗୁରୁତ୍ବ ଦେଉଥିବାବେଳେ ଏବେ ଦେଶର ବିଭିନ୍ନ ଜାହାଜ ନିର୍ମାଣ କାରଖାନାରେ ପ୍ରାୟ ୩୯ଟି ବୁଡ଼ାଜାହାଜ ଓ ଯୁଦ୍ଧ ଜାହାଜର ନିର୍ମାଣ ଚାଲିଛି। ଆସନ୍ତା ୨୫ରେ ଅତ୍ୟାଧୁନିକ ବୁଡ଼ାଜାହଜ ‘ଆଇଏନଏସ ଭେଳା’ ମଧ୍ୟ ନୌସେନାରେ ସାମିଲ ହେବା କାର୍ଯ୍ୟକ୍ରମ ରହିଛି । ଏହାକୁ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।

Comments are closed.