କେରଳ ଓ ଲାକ୍ଷାଦୀପର ୭୦୦ ଭାରତୀୟଙ୍କୁ ସ୍ୱଦେଶ ଆଣିବ ଆଇଏନ୍‍ଏସ୍‍ ଜଳାସ୍ୱ

ନୂଆଦିଲ୍ଲୀ : ମାଳଦୀପରେ ଅଟକି ରହିଥିବା ଅବଶିଷ୍ଟ ଭାରତୀୟମାନଙ୍କୁ ଆସନ୍ତା ୧୫ ତାରିଖରୁ ସ୍ୱଦେଶ ଅଣାଯିବ । ଏଥିପାଇଁ ଆଇଏନ୍‍ଏସ୍‍ ଜଳାସ୍ୱ କୋଚିରୁ ମାଲେ ଅଭିମୁଖେ ଯାତ୍ରା କରିବ ଓ ସେଠାରୁ ୭୦୦ ଭାରତୀୟଙ୍କୁ ନେଇ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବ । ଆଇଏନ୍‍ଏସ୍‍ ଜଳାସ୍ୱ କେବଳ କେରଳ ଓ ଲାକ୍ଷାଦୀପର ଅଧିବାସୀମାନଙ୍କୁ ମାଳଦୀପରୁ ଆଣିବ ।
ଏୟାର୍‍ ଇଣ୍ଡିଆ ମାଳଦୀପରେ ଥିବା ଅନ୍ୟ ରାଜ୍ୟଗୁଡ଼ିକର ଲୋକମାନଙ୍କୁ ଆଣୁଛି । ଏୟାର୍‍ ଇଣ୍ଡିଆ ଏହି ଲୋକମାନଙ୍କୁ ନୂଆଦିଲ୍ଲୀ, ବାଙ୍ଗାଲୋର,
ମୁମ୍ବାଇ ଓ ଚେନ୍ନାଇରେ ନେଇ ପହଞ୍ଚାଇବ । ମାଳଦୀପରେ ଅବସ୍ଥାପିତ ଭାରତୀୟ ହାଇକମିଶନର ସଂଜୟ ସୁଧୀର ବିମାନରେ ଯାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା ସୁବିଧାଗୁଡ଼ିକ ବିଷୟରେ ଜଣାଇଛନ୍ତି ।

Comments are closed.