ଅପରେସନ ସମୁଦ୍ର ସେତୁ : ମାଳଦ୍ୱୀପରୁ ୬୯୮ ପବାସୀଙ୍କୁ ନେଇ କୋଚି ବନ୍ଦରରେ ପହଞ୍ଚିଲା ଆଇଏନଏସ୍ ଜଲଶ୍ଵା

ନୂଆଦିଲ୍ଲୀ : କରୋନା ଭାଇରସ କାରଣରୁ ବିଭିନ୍ନ ଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନେ ଘରକୁ ଫେରାଇ ଅଣାଯାଉଛି ।  କରୋନା ଭାଇରସ ପାଇଁ ବିଦେଶରେ ଫଶି ରହିଥିବା ହଜାର ହଜାର ପ୍ରବାସୀ ଭାରତୀୟମାନଙ୍କୁ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ବନ୍ଦେ ଭାରତ ମିଶନ’ ଓ ‘ସେତୁ ସମୁଦ୍ର’ ଦୁଇଟି ଅଭିଯାନ ଆରମ୍ଭ ହୋଇଛି । ‘ବନ୍ଦେ ଭାରତ ମିଶନ’ ରେ ବିମାନ ମାଧ୍ୟମରେ ପ୍ରବାସୀ ଭାରତୀୟଙ୍କୁ ଫେରାଇ ଅଣାଯାଉଥିବା ବେଳେ ‘ସେତୁ ସମୁଦ୍ର’ ମିଶନର ପ୍ରଥମ ପର୍ଯ୍ୟାୟରେ ଜାହାଜରେ ମାଳଦ୍ବିପରୁ ପ୍ରବାସୀ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି ।

ଅପରେଶନ ସମୁଦ୍ର ସେତୁ ମାଧ୍ୟରେ ନୌସେନାର ଜାହାଜ ଆଇଏନ୍‌ଏସ୍‌ ଜଲଶ୍ଵା ମାଳଦ୍ୱୀପର ମାଲେ ବନ୍ଦରରୁ ୬୯୮ ଭାରତୀୟଙ୍କୁ ନେଇ ଭାରତ ଆଜି କୋଚି ହାର୍ବରରେ ପହଞ୍ଚିଛି । ଘର ବାହୁଡୁଥିବା ୬୯୮ ଭାରତୀୟଙ୍କ ମଧ୍ୟରେ ୫୯୫ ପୁରୁଷ ଏବଂ ୧୦୩ ମହିଳା ଅଛନ୍ତି। ସେମାନଙ୍କ ମଧ୍ୟରେ ୧୯ ଗର୍ଭବତୀ ମହିଳା ରହିଛନ୍ତି।

ଆଇଏନ୍‌ଏସ୍‌ ଜଲଶ୍ଵା ଏବଂ ଆଇଏନ୍‌ଏସ୍‌ ମଗର ସହାୟତାରେ ପ୍ରବାସୀ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ନୌସେନା ନିୟୋଜିତ କରାଯାଇଛି । ଏହି ଦୁଇ ଜାହାଜ କେରଳର କୋଚି ଏବଂ ତାମିଲନାଡୁର ଟୁଟିକୋରିନ୍‌ ବନ୍ଦରରୁ ୨ ଥର ଲେଖାଏଁ ମାଳଦ୍ୱୀପ ଯାତ୍ରା କରି ପ୍ରବାସୀ ଭାରତୀୟମାନଙ୍କୁ ଭାରତ ଫେରାଇ ଆଣିବେ । ମାଳଦ୍ୱୀପରୁ ୪୫୦୦ ଭାରତୀୟ ସ୍ବଦେଶ ଫେରିବାକୁ ପଞ୍ଜିକରଣ କରିଛନ୍ତି। ମାଳଦ୍ୱୀପରେ ପ୍ରାୟ ୨୭ ହଜାର ଭାରତୀୟ ରହିଛନ୍ତି। ଏସମ୍ପର୍କରେ ମାଳଦ୍ୱୀପରେ ଥିବା ଭାରତୀୟ ଉଚ୍ଚାୟୁକ୍ତ ସଞ୍ଜୟ ସୁଧୀର ସୂଚନା ଦେଇଛିନ୍ତି । ଏଥି ସହିତ ଆଜି ମାଳଦ୍ବିପର ମାଲେ ବନ୍ଦରରୁ  ଆଇଏନ୍‌ଏସ୍‌ ମଗର ୨୦୦ ଭାରତୀୟଙ୍କୁ ନେଇ  ଟୁଟିକୋରିନ୍‌ ଅଭିମୁଖେ ଯାତ୍ରା ଆରମ୍ଭ  କରିବ ବୋଲି ମଧ୍ୟ ସୂଚନା ମିଳିଛି ।

Comments are closed.