ଇରାନ୍‍ରୁ ଫେରିଲେ ୬୮୭ ଭାରତୀୟ ମତ୍ସ୍ୟଜୀବୀ

ଭାରତୀୟ ନୌଜାହାଜ ଆଇଏନ୍‍ଏସ୍‍ ଜଳାସ୍ୱରେ ବୁଧବାର ସକାଳେ ୬୮୭ ଜଣ ଭାରତୀୟ ଇରାନ୍‍ରୁ ଆସି ପହଞ୍ଚିଛନ୍ତି। ଆଇଏନ୍‍ଏସ୍‍. ଜଳାସ୍ୱ ତାମିଲ୍‍ନାଡ଼ୁର ଥୁଥୁକୁଡ଼ି ବନ୍ଦରରେ ଆସି ନଙ୍ଗର ପକାଇଛି। ସମୁଦ୍ର ସେତୁ ମିଶନରେ ଏହି ଭାରତୀୟମାନଙ୍କୁ ଇରାନ୍‍ରୁ ଅଣାଯାଇଛି। ଆଇଏନ୍‍ଏସ୍‍ ଜଳାସ୍ୱ ଗତ ଗୁରୁବାର ସନ୍ଧ୍ୟାରେ ଇରାନ୍‍ର ବାନ୍ଦର ଆବାସ ବନ୍ଦରରୁ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।

ଏଥିରେ ଭାରତ ଫେରଥିବା ସମସ୍ତେ ହେଉଛନ୍ତି ମତ୍ସ୍ୟଜୀବୀ ଓ କରୋନା କଟକଣା ଯୋଗୁଁ ସେମାନେ ସେଠାରେ ଅଟକି ରହିଥିଲେ। ସେମାନେ ତାମିଲନାଡୁର ଥୁଥୁକୁଡ଼ି, କନ୍ୟାକୁମାରୀ ଓ ଉପକୂଳ ଅଂଚଳର ମତ୍ସ୍ୟଜୀବୀ। ସେହି ଲୋକମାନଙ୍କୁ ସ୍ୱଦେଶ ଆଣିବାରେ ଇରାନ୍‍ସ୍ଥିତ ଭାରତୀୟ ଦୂତାବାସ ସହାୟତା କରିଛି।

ପୂର୍ବରୁ ଜୁନ ୧୧ରେ ଆଇଏନ୍‍ଏସ୍‍. ସାରଦୁଲରେ ୨୩୩ ଜଣ ଭାରତୀୟ ଇରାନରୁ ଓ ଜୁନ ୨୩ରେ ଆଇଏନ୍‍ଏସ୍‍. ଐରାବତରେ ୧୯୮ ଭାରତୀୟ ମାଳଦୀପରୁ ଭାରତ ଫେରିଥିଲେ। ସେହିପରି ଆଇଏନ୍‍ଏସ୍‍ ଜଳାସ୍ୱ ଏବଂ ମଗର ଶ୍ରୀଲଙ୍କା ଓ ମାଳଦୀପରୁ ୨୮୭୪ ଭାରତୀୟଙ୍କୁ ଆଣିସାରିଛି। ଏଥରକୁ ମିଶାଇ ଚତୁର୍ଥ ଥରପାଇଁ ସମୁଦ୍ର ସେତୁ ଅଭିଯାନରେ ଥୁଥୁକୁଡ଼ି ବନ୍ଦରରେ ଏଭଳି ଏକ ଜାହାଜ ଆସି ନଙ୍ଗର ପକାଇଛି।

Comments are closed.