ବୋରିପୁଟ ପହାଡ ପଥର ଧସିବା ଘଟଣା; ତଦନ୍ତ ଆରମ୍ଭ

0

ଜୟପୁର: ବୋରିପୁଟ ପହାଡରୁ ପଥର ଧସି ୨ ଜଣ ଜେସିବି ଅପରେଟରଙ୍କ ମୃତ୍ୟୁ ଘଟଣାର ବିଧିବଦ୍ଧ ଭାବେ ତଦନ୍ତ ଆରମ୍ଭ ହୋଇଛି। ମଙ୍ଗଳବାର ଜିଲାପାଳଙ୍କ ନିଦେର୍ଶ କ୍ରମେ କୋରାପୁଟ ଏଡିଏମ ସୁଜାତା ମିଶ୍ର ଏହି ଘଟଣାର ତନାଘନା ଆରମ୍ଭ କରିଛନ୍ତି। ଆଜି ସେ ଏସଡିପିଓ ଏଚ କେ ମାଝି,  ବି.ଶିଙ୍ଗପୁର ଥାନାଧିକାରୀ ଏକେ ମୁର୍ମୁ, ଜୟପୁର ତହସିଲଦାର ରଞ୍ଜିତ ମାଲିକ, ଅତିରିକ୍ତ ତହସିଲଦାର ମାନସ ପଟ୍ଟନାୟକ, ଆଇଟିଡିଏ ର ବ୍ୟକ୍ତଗତ ସହାୟକ ବିକାଶ ବାଇନ, ଉପଜିଲ୍ଲାପାଳ ଲୋକନାଥ ଦଲବେହେରଙ୍କୁ ଡାକି ପଚାରଉଚର କରୁଛନ୍ତି ।

ସୂଚନାଯୋଗ୍ୟ, ଗତ ମେ ୩୧ ତାରିଖରେ ବୋରିପୁଟ ପହାଡରୁ ପଥର ଧସି ଦୁଇ ଜଣ ଜେସିବି ଅପରେଟର ଦୀର୍ଘ ଦିନ ଧରି ଫଶି ରହିଥିଲେ। କରିଥିଲା ସେନା, ଓଡ୍ରାଫ, ଏନଡି ଆରଫ, ଅଗ୍ନିଶମ ବିଭାଗ ୧୪ ଦିନର ଅକ୍ଳାନ୍ତ ପରିଶ୍ରମ ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା।

Leave A Reply