କଳିଙ୍ଗା ଘାଟି ଦୁର୍ଘଟଣାର ତଦନ୍ତ ହେବ : ପରିବହନ ମନ୍ତ୍ରୀ

ଦୁଇଜଣଙ୍କର ମୃତ୍ୟୁ

ଭୁବନେଶ୍ବର : ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ ଗଞ୍ଜାମ-କନ୍ଧମାଳ ସୀମାନ୍ତରେ କଳିଙ୍ଗା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗଞ୍ଜାମ-କନ୍ଧମାଳ ସୀମାନ୍ତ ବିପଦପୂର୍ଣ୍ଣ କଳିଙ୍ଗାଘାଟି ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି ଓ ଭଞ୍ଜନଗର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ମୃତକ ଦୁଇଜଣ ବୁଗୁଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖି କହିଛନ୍ତି ଯେ କନ୍ଧମାଳରେ ଯେଉଁ କେତୋଟି ଘାଟି ରହିଛି ସବୁଠୁ ବିପଦପୂର୍ଣ୍ଣ କଳିଙ୍ଗା ଘାଟି । ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଅଭିମୁଖେ ଏକ ବସ୍‌ କନ୍ଧମାଳ ଦେଇ ଯାଉଥିଲା, ଯାହା ଏହି ବିପଦପୂର୍ଣ୍ଣ କଳିଙ୍ଗା ଘାଟିରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ତେବେ କଳିଙ୍ଗା ଘାଟି ବସ୍‌ ଦୁର୍ଘଟଣାର ତଦନ୍ତ ହେବ। କେଉଁ ପରିସ୍ଥିତିରେ ଦୁର୍ଘଟଣା ହେଲା ସେ ନେଇ ତଦନ୍ତ କରାଯିବ। ଘାଟିରେ ୪୦ରୁ ଅଧିକ ବେଗରେ ଗାଡ଼ି ନ ଚଳାଇବାକୁ ନିର୍ଦେଶ ଦିଆଯିବ। ଡ୍ରାଇଭରଙ୍କ ବେପାରୁଆ ଗାଡ଼ି ଚାଳନା ପାଇଁ ଦୁର୍ଘଟଣା ଘଟିଲା। ଘାଟି ରାସ୍ତାରେ ଉପରେ ଗାଡ଼ି ଚାଳନାର ଅଭିଜ୍ଞତା ଏମାନଙ୍କର ନାହିଁ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

 

 

Comments are closed.