ଷ୍ଟାର୍ଟ ଅପ୍‌ ‘ରେଲୋଫାଇ’ର ଅଭିନବ ସେବା; ରେଳ ଟିକଟ କନ୍‌ଫର୍ମ ନ ହେ​‌ଲେ ବିମାନରେ ଯିବେ ଯାତ୍ରୀ

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା ପାଇଁ ଟିକଟ କରିଛନ୍ତି, ହେଲେ କନ୍‌ଫର୍ମ ହୋଇନାହିଁ । ଏଥିପାଇଁ ଆପଣଙ୍କୁ ଚିନ୍ତା କରିବାର ନାହିଁ । ଯଦି ଆପଣଙ୍କ ଟ୍ରେନ ଟିକଟ କନଫର୍ମ ହୋଇ ନ ଥାଏ ତେବେ ଆପଣଙ୍କୁ ବିମାନରେ ଯିବାକୁ ସୁବିଧା ମିଳିବ। ରେଳ ଯାତ୍ରା ପାଇଁ ଟିକଟ ବୁକିଂ କରିବା ପରେ ଆପଣଙ୍କୁ ଟିକଟ କନଫର୍ମ ହୋଇଛି କି ନାହିଁ ସେଥିପାଇଁ ଅପେକ୍ଷା କରିବାକୁ ପଡୁଛି। ଏମିତିକି କେତେକ ପରିସ୍ଥିତିରେ ଆପଣଙ୍କୁ ଟିକଟ ବାତିଲ କରିବାକୁ ପଡୁଛି ଆଉ ଏଥିପାଇଁ ଆପଣଙ୍କ ଯାତ୍ରା ପ୍ରଭାବିତ ହେଉଛି। ମୁମ୍ବଇ ଭିତ୍ତିକ ଷ୍ଟାର୍ଟ ଅପ୍‌ ‘ରେଲୋ ଫାଇ’ ପକ୍ଷରୁ ଦେଶର ପ୍ରଥମ ୱେଷ୍ଟରନିଷ୍ଟ ଆଣ୍ଡ୍‌ ଆର୍‌ଏସି ପ୍ରୋଟେକ୍‌ସନ୍‌ ସେବାର ଶୁଭାରମ୍ଭ କରାଯାଇଛି। ଏହି ସେବା ଦେଶରେ ରେଳ ୱେଷ୍ଟଲିଷ୍ଟ ସମସ୍ୟାର ସମାଧାନ କରିବ। ଏଥିରେ ଯଦି ଯାତ୍ରୀଙ୍କ ରେଳ ଟିକଟ କନଫର୍ମ ହୋଇ ନ ଥାଏ ତେବେ ତାଙ୍କୁ ବିମାନରେ ଯାତ୍ରା ବିକଳ୍ପ ମିଳିବ।

ଦୂର ଯାତ୍ରା ପାଇଁ ସମସ୍ତେ ବିମାନ କିମ୍ବା​‌​‌ ଟ୍ରେନରେ ଯିବାକୁ ପସନ୍ଦ କରିଥାନ୍ତି। ବିମାନ ଟିକଟ ଅଧିକ ପଡୁଥିବା ଯୋଗୁ ଅନେକ ଟ୍ରେନରେ ଯିବାକୁ ଚାହିଁଥାନ୍ତି। ଯାତ୍ରୀ ପ୍ରଥମେ ‘ରେଲୋ ଫାଇ’ର ୱେବ୍‌ସାଇଟ୍‌ କିମ୍ବା ଆପ୍‌କୁ ଯାଇ ପିଏନ୍‌ଆର ନମ୍ବର ଏଣ୍ଟର କରିବେ। ଏଥିରେ ଯାତ୍ରୀ ଏକ ଫି ଦେବେ, ଯାହାକି ପ୍ରତ୍ୟେକ ଟ୍ରିପ ଅନୁଯାୟୀ ସ୍ଥିର କରାଯାଇଛି। ଏହାପରେ ରେଲୋଫାଇ ଯାତ୍ରୀଙ୍କ ୱେଟଲିଷ୍ଟ ଟିକଟର ଟ୍ରାକିଂ କରିଥାଏ। ଯଦି ଯାତ୍ରୀଙ୍କ ଟିକଟ କନ୍‌ଫର୍ମ ହୋଇ ନ ଥାଏ, ତେବେ ରେଲୋଫାଇ ଯାତ୍ରୀଙ୍କୁ ଏକ ବିମାନ ଟିକଟ ଦେଇଥାଏ । ଯାତ୍ରୀଙ୍କୁ ମଧ୍ୟ ରେଳ ଟିକଟ ମୂଲ୍ୟରେ ବିମାନ ଯାତ୍ରା ସୁବିଧା ମିଳିଥାଏ। ଏ ସମ୍ପର୍କରେ ରେଲୋଫାଇ ଫଣ୍ଡିଂ ଟିମ୍‌ର ସଦସ୍ୟ ରୋହନ୍‌ କୁହନ୍ତି, ଆମେ ଏହି ସେବା ଚଳିତବର୍ଷ ଜାନୁ୍ରାରୀରୁ ଆରମ୍ଭ କରିଛି। ବର୍ତ୍ତମା ନସୁଦ୍ଧା ୧୦୦ ଯାତ୍ରୀ ଆମର ସେବା ନେଇସାରିଲେଣି ା ରେଲୋଫାଇ ସେବା ବର୍ତ୍ତମାନ ସମସ୍ତ ଟ୍ରେନର ସବୁ ଶ୍ରେଣୀ ନିମନ୍ତେ ଉପଲବ୍‌ଧ ।

Comments are closed.