‘ଇନୋଭେସନ୍‍ସ୍‍ ଫର ୟୁ’ର ଦ୍ୱିତୀୟ ସଂସ୍କରଣ ଉନ୍ମୋଚିତ

ଅଟଳ ଇନୋଭେସନ୍‍ ମିଶନ୍‍ ଓ ନୀତି ଆୟୋଗ ପକ୍ଷରୁ ଆଜି ‘ଇନୋଭେସନ୍‍ସ୍‍ ଫର ୟୁ’ ଏବଂ ‘ଦ ଇଞ୍ଜେନିୟସ୍‍ ଟିଙ୍କରସ୍‍’ର ଦ୍ୱିତୀୟ ସଂସ୍କରଣକୁ ଉନ୍ମୋଚନ କରାଯାଇଛି। ‘ଇନୋଭେସନ୍‍ସ୍‍ ଫର୍‍ ୟୁ’ରେ ଅଟଳ ଇନୋଭେସନ୍‍ ମିଶନ୍‍ ଅଧୀନରେ ଅଟଳ ଇନ୍‍କୁବେସନ୍‍ ସେଣ୍ଟର ସହାୟତାରେ ୭୦ଟି କୃଷି ସମ୍ପର୍କିତ ଷ୍ଟାର୍ଟଅପ୍‍ର କ୍ଷୁଦ୍ର ବିବରଣ ସ୍ଥାନିତ ହୋଇଛି। ସେହିପରି ଦ ଇଞ୍ଜେନିୟସ୍‍ ଟିଙ୍କରର୍ସ୍’ର ଅଟଳ ଟିଙ୍କରିଂ ଲ୍ୟାବରେ ପ୍ରଯୁକ୍ତି କ୍ଷେତ୍ରରେ ଅଭିନବତ୍ୱ ଅଣାଯାଇଛି, ଯେଉଁଥିରେ ୪୧ ପ୍ରକାରର କାର୍ଯ୍ୟକ୍ରମ ସନ୍ନିବେଶିତ କରାଯାଇଛି।

ଆଜି ଭର୍ଚୁଆଲ୍‍ ମାଧ୍ୟମରେ ଉନ୍ମୋଚିତ ହୋଇଥିବା ଡିଜି-ବୁକ୍ସ କାର୍ଯ୍ୟକ୍ରମ ବେଳେ ନୀତି ଆୟୋଗର ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର, କୃଷି ସଦସ୍ୟ ପ୍ରଫେସର ରମେଶ ଚାନ୍ଦ, ‘ମାଇଁ ଗଭ୍‍’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ସିଂହ ଓ ଅଟଳ ଇନୋଭେସନ୍‍ ମିଶନ୍‍ର ନିର୍ଦ୍ଦେଶକ ଡକ୍ଟର ଚିନ୍ତନ ବୈଷ୍ଣବ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.