ଗରମ ପିଚୁ ପଡ଼ି ୩ ଗୁରୁତର

0

ଖଇରା : ଖଇରା ବ୍ଲକ ଅନ୍ତର୍ଗତ କୁପାରି ଆଗରପଡ଼ା ରାସ୍ତାର ଆନ୍ଦୋଳାଠାରେ ରାସ୍ତା କାମ ଚାଲିଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ, ସେହି ରାସ୍ତାରେ ପିଚୁ ଢ଼ାଳିବା କାର୍ଯ୍ୟ ଚାଲିଥିବା ବେଳେ ବାଇକରେ ଯାଉଥିବା ୩ ଜଣ ପଡ଼ିଯାଇଥିଲେ ଓ ସେମାନଙ୍କ ଉପରେ ଗରମ ପିଚୁ ପଡିଯାଇଥିଲା। ଏଥିରେ ଗୁରୁତର ଆହତ ୩ ଜଣକୁ ଆଗରପଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ଗମ୍ଭାରୀ ଗାଁର ବିନୋଦ କୁମାର ନାୟକ, ଓମ ରାଜ ଦାସ, ଶୁଭଦ୍ରା ଦାସ। ଘଟଣା ଘଟିବା ପରେ ଶ୍ରମିକମାନେ ରାସ୍ତା କାମ ଛାଡ଼ି ଫେରାର ହୋଇଯାଇଥିବା ଜଣାପଡ଼ିଛି।

Leave A Reply