କୋଭିଡ-୧୯ ସ୍ୱାସ୍ଥ୍ୟ ଓ ସତର୍କତା ସୂଚନା ପୁସ୍ତିକା ଜାରି

ସମାଜ ପୋର୍ଟାଲ ଡେସ୍କ: ଜାତୀୟ ବିଜ୍ଞାନ ଏବଂ ପ୍ରଯୁକ୍ତି ସଂଚାର ପରିଷଦର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଏବଂ ସତର୍କତା ଉପରେ ଆରମ୍ଭ କରାଯାଇଥିବା କାର୍ଯ୍ୟକ୍ରମ ‘କୋଭିଡ -୧୯’ ଉପରେ କେନ୍ଦ୍ରିତ ବିଜ୍ଞାନ ଏବଂ ସ୍ବାସ୍ଥ୍ୟ ଆଧାରିତ ସଚେତନତା ବର୍ଷ ପାଇଁ ଏକ ସୂଚନା ପୁସ୍ତିକା ‘କୋଭିଡ କଥା’ ଉଭୟ ଇଂଲିଶ ଓ ହିନ୍ଦୀ ଭାଷାରେ ଜାରି କରାଯାଇଛି । ଏହି ପୁସ୍ତିକାରେ ବିଶେଷ କରି କୋଭିଡ-୧୯ ମହାମାରୀ କାରଣରୁ ଉତ୍ପନ୍ନ ହୋଇଥିବା ବିପଦ, ସଙ୍କଟ ଓ ଅନିଶ୍ଚିତତା ପ୍ରସଙ୍ଗର ସମାଧାନ ଲାଗି ଦେଶରେ ଏପରି ବଡ଼ କାର୍ଯ୍ୟକ୍ରମର ଉତ୍ପତି ଓ ଆବଶ୍ୟକତା ବିଷୟରେ ସୂଚନା ଦିଆଯାଇଛି।

ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ସଚିବ ପ୍ରଫେସର ଆଶୁତୋଷ ଶର୍ମା କହିଛନ୍ତି ଯେ ସଚେତନତା ଓ ପ୍ରସାରକୁ ଧ୍ୟାନରେ ରଖି ପ୍ରସ୍ତୁତ କାର୍ଯ୍ୟକ୍ରମ ଓ ଗତିବିଧିର ଏକ ବିସ୍ତୃତ ଶୃଙ୍ଖଳା ପରିକଳ୍ପନା କରାଯାଇଛି। ଏଥିରେ ଗଣମାଧ୍ୟମ ସାମିଲ ରହିଛି। ଏହାର ଉଦ୍ଦେଶ୍ୟ ହେଉଛି ଏହି ଅଭିଯାନ ଅନ୍ତର୍ଗତ ସମାଜର ଏକ ବଡ଼ ବର୍ଗ ନିକଟରେ ବାର୍ତ୍ତା ପହଞ୍ଚାଇବା। ଏଥିରେ ବିଜ୍ଞାନ ଓ ପ୍ରଯୁକ୍ତିର ରାଜ୍ୟ ପରିଷଦକୁ ମଧ୍ୟ ସାମିଲ କରାଯାଇଛି।

Comments are closed.