ଖାଉଟି ମୁଦ୍ରାସ୍ପୀତି କମିଲା

0

ନୂଆଦିଲ୍ଲୀ: ଖାଉଟି ମୁଦ୍ରାସ୍ଫୀତି ହାର ଗତ ଜୁଲାଇ ମାସରେ ୪.୧୭ ପ୍ରତିଶତକୁ ହ୍ରାସ ପାଇଛି। ତଥାପି ଏହା ଆରବିଆଇର ଆକଳନ ୪ ପ୍ରତିଶତ ଉପରେ ରହିଛି। ଖାଉଟି ମୁଦ୍ରାସ୍ଫୀତି ଗତ ଜୁନ୍‍ ମାସରେ ୪.୯୨ପ୍ରତିଶତ ଥିବା ବେଳେ ମେ’ ମାସରେ ୫ପ୍ରତିଶତ ଥିଲା।
ଜୁଲାଇ ମାସରେ ମୁଖ୍ୟତଃ ଖାଦ୍ୟ ସାମଗ୍ରୀ ମୂଲ୍ୟରେ ହ୍ରାସ ଘଟିବାରୁ ସାମଗ୍ରିକ ଭାବେ ଖାଉଟି ମୁଦ୍ରାସ୍ଫୀତି ହାର ହ୍ରାସ ପାଇଛି। ଗତ ଜୁନ୍‍ ମାସରେ ଖାଦ୍ୟ ମୂଲ୍ୟସୂଚୀ ୨.୯୧ ପ୍ରତିଶତ ଥିବା ବେଳେ ଜୁଲାଇ ମାସରେ ହ୍ରାସ ପାଇ ୧.୩୭ ପ୍ରତିଶତରେ ପହଞ୍ଚିଛି। ପାଇକାରୀ ମୂଲ୍ୟସୂଚୀରେ ଖାଉଟି ମୂଲ୍ୟସୂଚୀର ଅବଦାନ ରହୁଥିଲେ ହେଁ ଖାଉଟି ମୁଦ୍ରାସ୍ଫୀତି ହାରରେ ଘଟିଥିବା ହ୍ରାସର ପ୍ରଭାବ ପାଇକାରୀ ମୂଲ୍ୟ ସୂଚୀ ଉପରେ ପଡ଼ି ନ ପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି। କାରଣ ଅନ୍ତର୍ଜାତୀୟ ବଜାରରେ ଲଗାତାର ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ସହିତ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଉଥିବା ଯୋଗୁଁ ପାଇକାରୀ ମୂଲ୍ୟସୂଚୀରେ ଆଗାମୀ ଦିନରେ ହ୍ରାସ ଘଟିବାର ସମ୍ଭାବନା କମ୍‍ ବୋଲି ଅନୁମାନ କରାଯାଉଛି। ତେଣୁ ହୁଏତ ଆଗାମୀ ମୁଦ୍ରାନୀତି ସମୀକ୍ଷା ବେଳେ ଆରବିଆଇ ସୁଧ ହାରରେ ହ୍ରାସ ଘଟାଇବା ସମ୍ଭାବନା କ୍ଷୀଣ।

Leave A Reply