ଜାମ୍ମୁ-କାଶ୍ମୀରରେ ହ୍ରାସ ପାଇଛି ପାକ୍ ଆତଙ୍କବାଦୀଙ୍କ ଅନୁପ୍ରବେଶ

ନୂଆଦିଲ୍ଲୀ :  ଜାମ୍ମୁ-କାଶ୍ମୀରରେ ପାକିସ୍ତାନୀ ଆତଙ୍କବାଦୀମାନଙ୍କ ଅନୁପ୍ରବେଶ ଉଦ୍ୟମ ଗତ ଅଢ଼େଇ ବର୍ଷ ମଧ୍ୟରେ ଯଥେଷ୍ଟ ହ୍ରାସ ପାଇଛି। ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଜି.କିଶନ ରେଡ୍ଡି କହିଛନ୍ତି ୨୦୧୮ ମସିହାରେ ୧୪୩ଟି ଅନୁପ୍ରବେଶ ହୋଇଥିବାବେଳେ ୨୦୧୯ରେ ୧୪୧ଟି ଅନୁପ୍ରବେଶ ଉଦ୍ୟମ ହୋଇଥିଲା।

ତେବେ ଚଳିତବର୍ଷ ଗତ ଜୁଲାଇ ମାସ ସୁଦ୍ଧା ମାତ୍ର ୪୮ଟି ଅନୁପ୍ରବେଶ ଉଦ୍ୟମ ହୋଇଥିବା ମନ୍ତ୍ରୀ ଗୃହକୁ ଜଣାଇଛନ୍ତି। ୨୦୧୮ ମସିହାରେ ଜାମ୍ମୁ ଓ କାଶ୍ମୀରରେ ୨୫୭ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବାବେଳେ​‌ ୨୦୧୯ରେ ୧୫୭ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ଚଳିତବର୍ଷ ଗତ ୯ ତାରିଖ ସୁଦ୍ଧା ୧୬୮ଜଣ ଆତଙ୍କବାଦୀ ଜବାନମାନଙ୍କ ସହ ସଂଘର୍ଷରେ ପ୍ରାଣ ହରାଇଛନ୍ତି।

Comments are closed.