ଓଡ଼ିଶାରେ ୧୦୦ଟି ଶାଖା ଖୋଲିବ ଅତ୍ୟାଧୁନିକ ସେଲୁନ ‘ଇଣ୍ଡଲଜ୍’

ଭୁବନେଶ୍ୱର: ଭୁବନେଶ୍ୱର ସହିଦ୍ ନଗରଠାରେ ଇଣ୍ଡଲଜ୍‌ର ଅତ୍ୟାଧୁନିକ ସେଲୁନ୍ ଉଦଘାଟିତ ହୋଇଯାଇଛି। ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ପ୍ରସିଦ୍ଧ ସିନେ କଳାକାର ତଥା ଟପ୍-୧୦ ଫାଇନାଲିଷ୍ଟ୍ ମିସ୍ ଡ଼ିଭା ୨୦୧୮ ତମନ୍ନା ଭ୍ୟାସ୍, ଓଲିଉଡ୍‌ର ପ୍ରସିଦ୍ଧ ଗୀତିକାର ସ୍ୱୟଂ ପାଢୀ ଓ ଇଣ୍ଡଲଜ୍‌ର ପ୍ରତିଷ୍ଠାତା ଶ୍ରୀମତି ସୁକୀର୍ତ୍ତୀ ପଟ୍ଟନାୟକ ଯୋଗଦେଇଥିଲେ। ଡ଼ିସେମ୍ବର ଶେଷ ପର୍ଯ୍ୟନ୍ତ ଇଣ୍ଡଲଜ୍ ତାର ଗ୍ରାହକମାନଙ୍କ ନିମନ୍ତେ ୫୦% ରିହାତିରେ ସେବା ଯୋଗାଇବା ସହ ଆଗାମୀ ତିନିବର୍ଷ ମଧ୍ୟରେ ଇଣ୍ଡଲଜ୍ ସାରା ଓଡ଼ିଶାରେ ୧୦୦ଟି ଶାଖା ଖୋଲିବାକୁ ଯାଉଛି।

 

ଅତ୍ୟାଧୁନିକ ସାମଗ୍ରୀ ଓ ଉତ୍ତମ ପ୍ରଶିକ୍ଷିତ ସଦସ୍ୟମାନଙ୍କର ସହାୟତାରେ ଏହି ସେଲୁନ୍ ଯୁବପିଢୀ ତଥା ସବୁବର୍ଗର ଜନସାଧାରଣଙ୍କୁ ସୁଲଭ ଦରରେ ସେବା ଯୋଗାଇବା ନିମନ୍ତେ ଚେଷ୍ଟିତ ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। ଇଣ୍ଡଲଜ୍‌ର ଅତ୍ୟାଧୁନିକ ସରଞ୍ଜାମ ଉତ୍କଷ୍ଟ ସେବା ଯୋଗୁ ଆଜି ଏହା ସର୍ବାଗ୍ରେ ଆଦୃତ ହୋଇପାରିବା ସହ ଆଗାମୀ ଦିନରେ ଏହା ସମସ୍ତଙ୍କ ପାଖରେ ପହଞ୍ଚି ପାରିବ ବୋଲି ଉଭୟ ତମନ୍ନା ଓ ସ୍ୱୟଂ କହିଥିଲେ।  ଏହି କାର୍ଯ୍ୟକ୍ରମରେ ଇଣ୍ଡଲଜ୍‌ର ଫ୍ରାନ୍ଞ୍ଚାଇଜ୍ ଓନର୍ ସୁଚିସ୍ମୀତା ମହାନ୍ତି ଉପସ୍ଥିତ ଥିଲେ।

Comments are closed.