ଗଞ୍ଜାମ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମର୍ଦ୍ଧନା

ଗଞ୍ଜାମ: ଗଞ୍ଜାମ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ନିମନ୍ତେ ଯୁକ୍ତ ଦୁଇ ପ୍ରଥମ ବର୍ଷର କଳା ଓ ବିଜ୍ଞାନ ଉଭୟ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମର୍ଦ୍ଧନା ଓ ପ୍ରବେଶ ଉତ୍ସବ କଲେଜ ଅଧ୍ୟକ୍ଷ ଡ଼ଃ.ପ୍ରବୀଣ କୁମାର ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପକ ଡ଼. ପୁରୁଷୋତ୍ତମ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କଲେଜରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯିବା ସହ କଲେଜ ଇତିହାସ, ଶୈକ୍ଷିକ ବ୍ୟବସ୍ଥା, ପାଠ୍ୟଖସଡ଼ା, ଗ୍ରନ୍ଥାଗାର, କଲେଜରେ ଉପଲବ୍ଧ ଭିତ୍ତିଭୂମି ଓ ରାଜ୍ୟ ସରକାରଙ୍କ ଉଚ୍ଚ ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରଦତ୍ତ ବିଭିନ୍ନ କାର୍ଯ୍ୟକ୍ରମ ଯଥା କ୍ୟାରିୟର ପୋର୍ଟାଲ, ୟୁଟୁବ ଶିକ୍ଷାଦାନ ପଦ୍ଧତି ଓ କୋଭିଡ-୧୯ ର ନିର୍ଦ୍ଦେଶାବଳୀକୁ ବାଧ୍ୟତାମୂଳକ ଭାବେ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା।

 

କଲେଜର ବରିଷ୍ଠ ପ୍ରାଧ୍ୟାପକ ଅମର ପ୍ରସାଦ ବିଶୋଇ, ଭାଗିରଥି ପଲାଇ, ସନ୍ତୋଷ କୁମାର ପାତ୍ର, ଡ଼. ପିତାମ୍ବର ବେହେରା, ସୀମାଞ୍ଚଳ ଭୋଳ, ପ୍ରାଧ୍ୟାପିକା ଜ୍ୟୋସ୍ନାମୟୀ ପଣ୍ଡା, ଡ଼.ସ୍ମରଣୀକା ହୋତା, ମମତା ପାଢ଼ୀ ପ୍ରମୁଖ ଅଧ୍ୟାପକ-ଅଧ୍ୟାପିକା ହୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଶେଷରେ ଡ଼.ଲକ୍ଷ୍ମୀ ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.