‘ରାଫେଲ’ ଭାରତୀୟ ବାୟୁସେନାକୁ ଅଧିକ ଶକ୍ତିଶାଳୀ କରିବ : ବି.ଏସ୍‍ ଧନୋଆ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାରେ ଖୁବ ଶୀଘ୍ର ରାଫେଲ ଯୁଦ୍ଧ ବିମାନକୁ ସାମିଲ କରାଯିବ। ଏହା ଭାରତୀୟ ବାୟୁସେନାକୁ ଅଧିକ ଶକ୍ତିଶାଳୀ କରିବା ସହ ଆଗାମୀ ଦିନରେ  ଦକ୍ଷିଣ ଏସୀୟ ଅଞ୍ଚଳ ପାଇଁ ଏହା ପଟ୍ଟପରିବର୍ତ୍ତନ କାରୀ ସାବ୍ୟସ୍ତ ହେବ ବୋଲି ବାୟୁସେନା ମୁଖ୍ୟ ଏୟାର ଚିଫ୍‍ ମାର୍ଶାଲ ବି.ଏସ୍‍ ଧନୋଆ କହିଛନ୍ତି। ଡିଡି ନ୍ୟୁଜ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି ଯେ, ଏହି ବହୁମୁଖି ଯୁଦ୍ଧ ବିମାନ ଭାରତୀୟ ବାୟୁସେନାରେ ସାମିଲ ହେବା ପରେ ଏହି ଅଞ୍ଚଳରେ କୌଣସି ସମ୍ଭାବ୍ୟ ଶତ୍ରୁ ରାଷ୍ଟ୍ର ଭାରତର ବାୟୁ ଶକ୍ତି ସହ ସମକକ୍ଷ ହୋଇପାରିବ ନାହିଁ। ଭାରତୀୟ ବାୟୁସେନାରେ ପାଇଲଟ୍‍ ମାନଙ୍କର ଅଭାବ ନାହିଁ ବୋଲି ଶ୍ରୀ ଧନୋଆ କହିଛନ୍ତି ।

Comments are closed.