ସିନା ବୋରା ହତ୍ୟାକାଣ୍ଡ – ଜାମିନ ଆବେଦନ କଲେ ଇନ୍ଦ୍ରାଣୀ

ମୁମ୍ବାଇ: ନିଜ ଝିଅ ସିନା ବୋରା ହତ୍ୟାକାଣ୍ଡର ପ୍ରମୁଖ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ସିବିଆଇ ସ୍ୱତନ୍ତ୍ର ଅଦାଲତରେ ଜାମିନ ପାଇଁ ଆବେଦନ କରିଛନ୍ତି। ପୂର୍ବରୁ ସେ ଅନେକ ଥର ଜାମିନ ଆବେଦନରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଉ ଥିବା ବେଳେ ଏଥର ସେ ଅଭିଯୁକ୍ତ ଥିବା ମାମଲାରେ ନିଜର ସମ୍ପୃକ୍ତି ନ ଥିବା ଦର୍ଶାଇଛନ୍ତି। ଗତ ବର୍ଷ ଡିସେମ୍ବରରେ ଇନ୍ଦ୍ରାଣୀ ତାଙ୍କ ଜାମିନ ଆବେଦନରେ ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାପ ରହୁଥିବା ଦର୍ଶାଇ ଥିଲେ ମଧ୍ୟ ସିବିଆଇ ସ୍ୱତନ୍ତ୍ର ଅଦାଲତ ତାହା ଖାରଜ କରି ଦେଇଥିଲେ। ତାହା ତାଙ୍କର ଚତୁର୍ଥ ଜାମିନ ଆବେଦନ ଥିଲା ଯାହା କୋର୍ଟ ଖାରଜ କରି ଦେଇଥିଲେ।

୨୦୧୨ରେ ଇନ୍ଦ୍ରାଣୀ ମୁଖାର୍ଜୀ, ସ୍ୱାମୀ ପିଟର ମୁଖାର୍ଜୀ ଓ ପୂର୍ବତନ ସ୍ୱାମୀ ସଂଜୀବ ଖାନ୍ନା ଆର୍ଥିକ ବିବାଦକୁ ନେଇ ସିନା ଚୋରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ୨୦୧୫ରେ ଅର୍ଥାତ ହତ୍ୟାର ୩ ବର୍ଷ ପରେ ଏହି ଘଟଣା ପଦାକୁ ଆସିଥିଲା। ଅନ୍ୟ ଏକ ଘଟଣାରେ ଗିରଫ ଇନ୍ଦ୍ରାଣୀଙ୍କ ଡ୍ରାଇଭର ଶ୍ୟାମଭର ରାୟ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବା ପରେ ଇନ୍ଦ୍ରାଣୀଙ୍କୁ ପୁଲିସ ଗିରଫ କରିଥିଲା। ସେମାନଙ୍କ ସହ ତାଙ୍କ ପୂର୍ବତନ ସ୍ୱାମୀ ସଂଜୀବ ଖାନ୍ନା ଓ ଡ୍ରାଇଭରଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା। ପରେ ଉଭୟ ପିଟର ଓ ଇନ୍ଦ୍ରାଣିଙ୍କର ବିବାହ ବିଚ୍ଛେଦ ଘଟିଥିଲା।

Comments are closed.