ଇନ୍ଦ୍ରାବତୀକୁ ନେଇ ରାଜନୀତିି ଜୋର ଧରିଲା : ନବରଙ୍ଗପୁରକୁ ଉପେକ୍ଷା ନେଇ ରାଜ୍ୟ ସରକାରକୁ ବିଜେପିର ତୀବ୍ର ସମାଲୋଚନା

ପଞ୍ଚାୟତସ୍ତରରେ ଜନଆନ୍ଦୋଳନ କରାଯିବାକୁ ଘୋଷଣା

ନବରଙ୍ଗପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବୃହତ୍ତ ଇନ୍ଦ୍ରାବତୀ ଜଳ ପ୍ରକଳ୍ପକୁ ନେଇ କଳାହାଣ୍ଡି ଜିଲାରେ ଜୟପାଟଣା ବ୍ଲକ ମଙ୍ଗଳପୁରଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜଳସେଚନ ପ୍ରକଳ୍ପଗୁଡିକର ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନକୁ ନେଇ ନବରଙ୍ଗପୁର ଜିଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି। ମୁଖ୍ୟମନ୍ତ୍ରୀ ୨୫ହଜାର ହେକ୍ଟର ଜମିକୁ ଜଳସେଚିତ ଏକ ଉଠା ଜଳ ସେଚନ ପ୍ରକଳ୍ପର ଉଦ୍‍ଘାଟନ କରିଛନ୍ତି। ସେହିଭଳି ୫୬ଟି ପ୍ରକଳ୍ପ ଉଦଘାଟନ ଓ ୫୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତସ୍ଥାପନ କରିଛନ୍ତି। ଏହା ମଧ୍ୟରେ ଅନେକ ଜଳସେଚନ ପ୍ରକଳ୍ପ ରହିଛି। ଅଧିକାଂଶ ଇନ୍ଦ୍ରାବତୀ ନଦୀ ସମ୍ପର୍କିତ ରହିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ନବରଙ୍ଗପୁର ଜିଲାର ଜନସାଧାରଣଙ୍କ ପାଇଁ କଟାଘାଷର ଚୁନ ଦେବା ସଦୃଶ୍ୟ ହୋଇଛି ବୋଲି କୁହାଯାଇଛି। ଜିଲା ବିଜେପି କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ଯୋଗ ଦେଇଥିଲେ।

ସେ କହିଥିଲେଯେ,୧୯୭୮ରେ ଇନ୍ଦ୍ରବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଆରମ୍ଭ ହୋ ୧୯୯୯ରେ ସମାପ୍ତ ହୋଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଏକ ପ୍ରତିନିଧି ଦଳ ପରବର୍ତ୍ତୀ ବିସ୍ତୁତ ଆଲୋଚନା କରି ଥିବାବେଳେ ପୋଡାଗଡ, କପୁର, ଓ ମୁରାନ ନଦୀ ଡ୍ୟାମ ନିର୍ମାଣ କରାଯିବ। ନବରଙ୍ଗପୁର ଅଞ୍ଚଳକୁ ୧ ଲକ୍ଷ ୮୨ ହଜାର ଏକର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ତଳମୁଣ୍ଡର ଜଳ ସଂଙ୍କଟକୁ ଦୂର କରିବା ପାଇଁ ୪୫ ଟିଏମସି ପାଣି ମଧ୍ୟ ଛଡାଯିବ। ତେବେ ଦୁର୍ଭାଗ୍ୟର ବିଷୟ କୌଣସି ଗୋଟିଏବି ପ୍ରତିଶୃତି ପାଳନ କରାଗଲା ନାହିଁ। ବରଂ ସମସ୍ତ ନଦୀ ଉପରେ ବନ୍ଧନିର୍ମାଣକରି ଗୋଦାବରୀ ଅବବାହିକାରେ ସମସ୍ତ ଜଳକୁ ମହାନଦୀ ଅବବାହିକାକୁ ଠେଲି ଦିଆଗଲା। ଏହା ଦ୍ୱାରା କଳାହାଣ୍ଡି ଜିଲାର ୧ ଲକ୍ଷ ୪୦ ହଜାର ହେକ୍ଟର ଜମିକୁ ଜଳସେଚନ ହୋଇ ପାରୁଛି ଓ ୬ଶହ ମେଗାୱଟ ବିଦ୍ୟୁତ ଉତ୍ପାଦନ ହୋଇ ପାରୁଛି। ନବରଙ୍ଗପୁର ଜିଲାର ଦୁଇଟି ପୋଡଶୀ ଜିଲା କୋରାପୁଟ ଓ କଳାହାଣ୍ଡିର ଚାଷୀ ଜଳସେଚନର ସୁବିଧା ପାଉଛନ୍ତି। ନବରଙ୍ଗପୁର ଜିଲାର ଉମରକୋଟ ସ୍ଥିତ ଭାସ୍କଲ ପ୍ରକଳ୍ପକୁ ଛାଡିଦେଲେ ଜଳସେଚନ ପାଇଁ ଅନ୍ୟ କିଛି ସୁବିଧା ନାହିଁ। ଇନ୍ଦ୍ରବତୀ ନଦୀ ଅବବାହିକାର ତଳଅଞ୍ଚଳର ସମସ୍ୟା ଗୁଡିକ ଦୂରୀକରଣ କରିବା ପାଇଁ ୧୯୯୮ରେ ସରକାର ହାର୍ଜା କମିଟି ଗଠନ କରିଥିଲେ। କମିଟି ଅନୁଧ୍ୟାନ କଲାପରେ ସମସ୍ୟା ଗୁଡିକ ସମାଧାନ ପାଇଁ ଏକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କଲେ। ସେଥିମଧ୍ୟରେ ଥିଲା ୭୫ଟି ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ, ୩୦୦ ଗଭୀର ନଳକୂପ ଖନନ, ଟୁରୀ, ତେଲେଙ୍ଗିରି, ଭାସ୍କଲ, ବାଙ୍ଗରି ନାଲା, ଲୋୟାର ଇନ୍ଦ୍ରବତୀ ନଦୀବନ୍ଧ ନିର୍ମାଣ, ଓ ଇନ୍ଦ୍ରବତୀ ନଦୀରୁ ପ୍ରତି ସେକେଣ୍ଡକୁ ୫.୫ କ୍ୟୁବିକ ମିଟର ଏବଂ ମୁରାନ ଡ୍ୟାମରୁ ୧.୫ କ୍ୟୁବିକ ମିଟର ଜଳ ନିସ୍କାସନ। ଏହି ସମସ୍ତ ପ୍ରସ୍ତାବ ଗୁଡିକ କାର୍ଯ୍ୟକାରୀ କରିବା ପାଇଁ ୧୯୯୯ ମସିହା ୨୪ ତମ ଟି.ଏ.ସି ବୈଠକରେ ଆଲୋଚନା ପରେ ଗୃହୀତ ହୋଇଥିଲା। ନବରଙ୍ଗପୁର ଜିଲାର ଜଳସେଚନ ସୁବିଧା ପାଇଁ ପ୍ରାଥମିକ ଆକଳନ ପ୍ରକାରେ ଟୁରୀ ଗୁଣିଥାଟ ପ୍ରକଳ୍ପ ନିର୍ମାଣ ହେଲେ ୯୧୩୫ ହେକ୍ଟର ଜଳସେଚିତ ହୋଇ ପାରିବ। ଲୋୟାର ଭାସ୍କଲ ହେଲେ ୧୧୩୦୦ ହେକ୍ଟର ଜମିକୁ ଚନ୍ଦାହାଣ୍ଡିର ତେଲ ଇଣ୍ଟିଗ୍ରେଟଡ ପ୍ରଜେକ୍ଟ ହେଲେ ୧୨୦୦୦ ହେକ୍ଟର ଓ ଲୟାର ଇନ୍ଦ୍ରାବତୀ ପ୍ରକଳ୍ପ ହେଲେ ୧୨୦୦୦ ହେକ୍ଟର ଜମି ଜଳସେଚିତ ହୋଇ ପାରିବ। ଟୁରୀ ଗୁଣିଥାଟ ପ୍ରକଳ୍ପ ଆରମ୍ଭ କରିବା ପାଇଁ ୨୦୧୬ ମସିହାରୁ ସେଣ୍ଟ୍ରାଲ ୱାଟର କମିଶନ ଅନୁମତି ଦେଇ ସାରିଛନ୍ତି। ରାଜ୍ୟ ସରକାର ଚାହିଁଲେ ପ୍ରକଳ୍ପ ଆରମ୍ଭ ହୋଇ ପାରିବ। ଦୁର୍ଭାଗ୍ୟର ବିଷୟ ନବରଙ୍ଗପୁର ଜିଲାର କୃଷକ ମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଇଛା ପ୍ରକାଶ କରୁନାହାଁନ୍ତି। ପୋଡଶୀ ଜିଲା ମାନଙ୍କରେ ତେଲିଆ ମୁଣ୍ଡରେ ତେଲ ପରି ଗୋଟିଏ ପରେ ଗୋଟିଏ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। କୌଣସି ଜିଲାର ପ୍ରଗତି ଓ ବିକାଶକୁ ବିରୋଧ କରିବା ଉଦ୍ଦେଶ୍ୟ ନୁହେଁ।

ନବରଙ୍ଗପୁର ଜିଲାରେ ପ୍ରବାହିତ ହେଉଥିବା ଜଳକୁ ବନ୍ଦ କରି ଅନ୍ୟ ଜିଲାକୁ ଦେବା ଘୋର ଅନ୍ୟାୟ ହୋଇଛି। ଆମ ଜିଲାର ଜଳକୁ ଉପଯୋଗ କରି ଅନ୍ୟ ଜିଲାରୁ ପ୍ରଗତି ପାଇଁ ବାହାସପଟ ମାରିବାଉଚିତ ହେଉନାହିଁ। ଏହା ଦ୍ୱାରା ରାଜ୍ୟ ସରକାର ଆଂଚଳିକ ବୈଷମ୍ୟତାକୁ ବୃଦ୍ଧି କରିବାରେ ସହଯୋଗ କରନ୍ତୁ। ସର୍ବହରା ହୋଇଥିବା ନବରଙ୍ଗପୁର ଜିଲାର କୃଷକ ମାନଙ୍କ ଜଳସେଚନର ବ୍ୟବସ୍ଥା ନକରି କଟା ଘାଆରେ ଚୁନ ଦେଲାଭଳି କାର୍ଯ୍ୟ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ଏନେଇ ବିଜେପି ପକ୍ଷରୁ ନବରଙ୍ଗପୁର ଜିଲାର ପ୍ରସ୍ତାବିତ ସମସ୍ତ ଜଳସେଚନ ପ୍ରକଳ୍ପଗୁଡିକ ତୁରନ୍ତ କାର୍ଯ୍ୟକାରୀ କରାଯାଉ ନଚେତ କୃଷକ ମାନଙ୍କ ସ୍ୱାର୍ଥ ପାଇଁ ଜିଲା ବିଜେପି ଜନ ଆନ୍ଦୋଳନ କରିବ ବୋଲି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲା ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ, ପୂର୍ବତନ ଜିଲାସଭାପତି ଝାଡେଶ୍ୱର ଖାଡଙ୍ଗା ,ଉପସଭାପତି ସତ୍ୟବାଦୀ ଷଡଙ୍ଗୀ, ନଗର ସଭାପତି ପିଣ୍ଟୁ ମିଶ୍ର, ଜିଲା କୃଷକ ମୋର୍ଚ୍ଚା ସଭାପତି ଅରୁଣ ପୂଜାରୀ ପ୍ରମୂଖ ଉପସ୍ଥିତ ଥିଲେ। ପ୍ରଥମେ ନବରଙ୍ଗପୁର ବିଧାୟକ ପ୍ରାର୍ଥୀ ଗୌରୀ ଶଙ୍କର ମାଝୀ ଇନ୍ଦ୍ରାବତୀ ପ୍ରକଳ୍ପ ର ସୁବିଧା କେବଳ କଳାହାଣ୍‍ହି ଜିଲାବାସୀ ପାଇଥିବାବେଳେ ନବରଙ୍ଗପୁରଜିଲାବାସୀ ସବୁ ହରାଇ କୈଶସି ସୁବିଧା ସୁଯୋଗ ପାଉନଥିବାନେଇ ବିଜେଡି ସରକାର ଉପରେ ବର୍ଷିଥିଲେ।

ପୂର୍ବତନ ସାଂସଦ ଶ୍ରୀ ମାଝୀ ତୁମେ ସବୁ କିଛି କହୁଛ ଆମେ ଆଉ କ’ଣ ଆଉ କହିବୁ ବୋଲି କହି ଗୌରୀଙ୍କୁ ଅଧାରୁ ଅଟକାଇବା ଘଟଣା ସାମ୍ବାଦିକ ମହଲରେ ଆଲୋଚନାର ବିଷୟ ହୋଇଥିଲା।ଅନ୍ୟପକ୍ଷରେ ରାଜ୍ୟ ବିଜେପିସଭାପତି ତଥା ପୂର୍ବତନ ସାଂସଦ ଇଂ. ବଳଭଦ୍ର ମାଝୀ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତିଯେ, ବିଜେଡି ସରକାରଙ୍କର ନବରଙ୍ଗପୁର ଜିଲାପ୍ରତି ବୈମାତୃକ ମନୋଭାବ ରହିଛି। ନବରଙ୍ଗପୁର ଜଳସେଚନ ପ୍ରକଳ୍ପ, ତେଲ ଇଣ୍ଟିଗ୍ରେଟଡ ପ୍ରକଳ୍ପ, ଟୁରୀ ଗୁଣିଥାଟ ଜଳସେଚନ ପ୍ରକଳ୍ପ ପ୍ରତି କୌଣସି ପ୍ରଗତି ନହେବା ଓ ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନାରେ ଚାଷୀ କୌଣସି ଲାଭ ନପାଇପାରୁନାହାନ୍ତି। କୃଷକଙ୍କ ଅନ୍ୟାନ୍ୟ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ବ୍ଲକ ତଥା ପଞ୍ଚାୟତ ସ୍ତରରେ ବିଜେପି ପକ୍ଷରୁ ଜନଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

 

Comments are closed.