୫ ବର୍ଷୀୟ ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀକୁ କୋର୍ଟରେ ପିଟିଲେ ଓକିଲ

ଇନ୍ଦୋର: କୋର୍ଟ ପରିସରରେ ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତକୁ ପିଟିଲେ ଓକିଲ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଇନ୍ଦୋରର ମହୁରେ। ଯେଉଁଠି ଜଣେ ପାଞ୍ଚବର୍ଷୀୟ ଝିଅକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ପୁଲିସ କୋର୍ଟକୁ ହାଜର ପାଇଁ ଆଣିଥିଲା। ଏହି ସମୟରେ କୋର୍ଟ ପରିସରରେ ଥିବା ଓକିଲମାନେ ଦୋଷୀକୁ ପିଟିଥିଲେ। ଓକିଲମାନଙ୍କ ପାଖରୁ ଦୋଷୀକୁ ବହୁ କଷ୍ଟରେ ପୁଲିସ ଉଦ୍ଧାର କରିବାପରେ ବହାରକୁ ନେଇଥିଲା। କୋର୍ଟ ବାହାରେ ଉପସ୍ଥିତ ଥିବା ସାଧାରଣ ଲୋକମାନେ ମଧ୍ୟ ଦୋଷୀଙ୍କୁ ସେମାନଙ୍କୁ ହସ୍ତାନ୍ତର କରିବା ପାଇଁ କହିଥିଲେ। ପୁଲିସ ଖୁବ୍ ଶିଘ୍ର ମାମଲାର ତଦନ୍ତ ଆରମ୍ଭ କରିବ ବୋଲି କହିଥିବା ବେଳେ ଏହି ମାମଲା ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର କରାଯିବ ବୋଲି କହିଛନ୍ତି।

Comments are closed.