ସ୍ୱଚ୍ଛ ସହର ସର୍ବେକ୍ଷଣ – ପୁଣି ଇନ୍ଦୋର ୧ ନମ୍ବର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଉଥିବା ସ୍ୱଚ୍ଛ ସହର ସର୍ବେକ୍ଷଣରେ ମଧ୍ୟପ୍ରଦେଶର ଇନ୍ଦୋର ସହର ପୁଣି ଚତୁର୍ଥ ଥର ପାଇଁ ୧ ନମ୍ବର ମାନ୍ୟତା ଲାଭ କରିଛି। ମଙ୍ଗଳବାର ମନ୍ତ୍ରାଳୟ ଏହି ସର୍ଭେ ରିପୋର୍ଟ ଘୋଷଣା କରିଛି। ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ସହର ପ୍ରଥମ ଏବଂ ଦ୍ଵିତୀୟ ତ୍ରୈମାସିକ ସର୍ଭେରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଏହି ସର୍ଭେରେ ଚଳିତ ବର୍ଷ ଜୁଲାଇରୁ ସେପ୍ଟେମ୍ବର ତିନି ମାସରେ ରାଜକୋଟକୁ ଓ ଅପ୍ରିଲରୁ ଜୁନ ମଧ୍ୟରେ ଭୋପାଳକୁ ଦ୍ଵିତୀୟ ସ୍ଥାନ ମିଳିଥିଲା।

ସହରୀ ବିକାଶ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ମାନକ ଅନୁଯାୟୀ ଏହି ସର୍ଭେ କରାଯାଇଥିଲା। ସ୍ୱଚ୍ଛ ସହର ସର୍ବେକ୍ଷଣ ପାଇଁ ମଧ୍ୟ ସ୍ୱଚ୍ଛତା ମୋବାଇଲ ଆପର ସହାୟତା ନିଆଯାଇଥିଲା। ସାରା ଦେଶରେ ପ୍ରାୟ ଦେଢ଼ କୋଟିରୁ ଅଧିକ ଲୋକ ଏହି ଆପ ବ୍ୟବହାର କରୁଥିବା ଜଣାପଡିଛି। ଚଳିତ ବର୍ଷ ୧୯୭ଟି ସହରକୁ ୭ ଷ୍ଟାର, ୨୧୮ଟି ସହରକୁ ୫ ଷ୍ଟାର, ୫୩୯ଟି ସହରକୁ ୩ ଷ୍ଟାର ଏବଂ ୫୭୧ଟି ସହରକୁ ୧ ଷ୍ଟାର ମାନ୍ୟତା ମିଳିଛି। ୨୦୧୯ ପ୍ରାରମ୍ଭରେ ଆରମ୍ଭ ହୋଇଥିବା ସ୍ୱଚ୍ଛ ସର୍ବେକ୍ଷଣରେ ମୋଟ ଅଙ୍କ ୬୦୦୦ ରଖାଯାଇଥିଲା।

ଆଜି କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରି ନୂଆଦିଲ୍ଲୀରେ ସ୍ୱଚ୍ଛ ସର୍ବେକ୍ଷର ଲିଗ୍‍ ୨୦୨୦ର ପ୍ରଥମ ଓ ଦ୍ୱିତୀୟ ତ୍ରୟୋମାସିକ ସର୍ବେକ୍ଷଣରେ ଫଳାଫଳ ଘୋଷଣା କରିଚନ୍ତି। ୧୦ଲକ୍ଷରୁ ଅଧିକ ଜନସଂଖ୍ୟା ବିଭାଗରେ ଇନ୍ଦୋର ଦୁଇଟିଯାକ ତ୍ରୟୋ ମାସିକ ସର୍ବେକ୍ଷେଣରେ ପ୍ରଥମ ସ୍ଥାନ ହାସଲ କରିଛି। ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ଦ୍ୱିତୀୟ ସ୍ଥାନ ଓ ଗୁଜରାତର ସୁରତ ପ୍ରଥମ ତ୍ରୟୋମାସିକରେ ତୃତୀୟ ସ୍ଥାନରେ ରହିଛି। ସେହିପରି ଦ୍ୱିତୀୟ ତ୍ରୟୋମାସିକରେ ଗଜୁରାଟର ରାଜକୋଟ୍‍ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ନଭି ମୁମ୍ବାଇ ତୃତୀୟ ସ୍ଥାନରେ ରହିଛି। ଏକ ଲକ୍ଷରୁ ୧୦ଲକ୍ଷ ଜନସଂଖ୍ୟା ବର୍ଗରେ ଝାଡ଼ଖଣ୍ଡର ଜାମସେଦପୁର ଉଭୟ ତ୍ରୟୋମାସିକରେ ପ୍ରଥମ ସ୍ଥାନରେ ରହିଛି। ସେହିଭଳି ପ୍ରଥମ ତ୍ରୟୋମାସିକରେ ନୂଆଦିଲ୍ଲୀ ମୁନିସିପାଲ କାଉନ୍‍ସିଲ୍‍ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ମଧ୍ୟପ୍ରଦେଶର ଖାରଗୋନେ ତୃତୀୟ ସ୍ଥାନରେ ରହିଛି। ଅନ୍ୟ ପକ୍ଷରେ ଦ୍ୱିତୀୟ ତ୍ରୟୋମାସିକରେ ମହାରାଷ୍ଟ୍ର ଏବଂ ଚନ୍ଦ୍ରପୁର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଖାରଗୋନେ ତୃତୀୟ ସ୍ଥାନରେ ରହିଛି।

Comments are closed.