ଇନ୍ଦୋର ଦୁର୍ଘଟଣା ; ରାସ୍ତା କଡରେ ଥିବା ଟ୍ୟାଙ୍କରକୁ ଧକ୍କା ଦେଲା କାର, ୬ ମୃତ

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋରରେ ସଡକ ଦୁର୍ଘଟଣା ଘଟିଥିବା ନେଇ ମଙ୍ଗଳବାର ଖବର ମିଳିଛି। ଲସୁଡିୟା ଥାନା ଅନ୍ତର୍ଗତ ତଲାବଲୀ ଚାନ୍ଦା ଅଞ୍ଚଳରେ ଦ୍ରୁତ ଗତିରେ ଆସୁଥିବା କାର ଭାରସାମ୍ୟ ହରାଇ ରାସ୍ତା କଡରେ ଛିଡା ହୋଇଥିବା ଇନ୍ଧନ ଟ୍ୟାଙ୍କରକୁ ଧକ୍କା ଦେବାରୁ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକମାନଙ୍କ ବୟସ ୨୮ ବର୍ଷ ମଧ୍ୟରେ ବୋଲି କୁହାଯାଉଛି।
ପୁଲିସ ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ତଲାବଲୀ ଚାନ୍ଦା ଅଞ୍ଚଳ ଅନ୍ତର୍ଗତ ରାସ୍ତା କଡ଼ରେ ଛିଡା ହୋଇଥିବା ଇନ୍ଧନ ଟ୍ୟାଙ୍କର ସହ ଦ୍ରୁତ ଗତିରେ ଆସୁଥିବା କାର ଭାରସାମ୍ୟ ହରାଇ ପିଟି ହୋଇ ଯାଇଥିଲା। ଦୁର୍ଘଟଣାରେ କାରଟିର ଅଧିକାଂଶ ଅଂଶ ଭାଙ୍ଗି ଚୁରମାର ହୋଇଯାଇଛି। କାରରେ ଥିବା ସମସ୍ତ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଥିଲା।

Comments
Loading...