୨୭ଫୁଟ୍‍ ଅଜଗର ଓ ମଣିଷ ଲଢେଇ

0

ନୂଆଦିଲ୍ଲୀ: ଇଣ୍ଡୋନେସିଆର ପନ୍ଦାଗ ପରିୟାମାନ ଅଞ୍ଚଳରେ ୨୭ଫୁଟ୍‍ ଅଜଗର ଓ ମଣିଷ ମଧ୍ୟରେ ଲଢେଇ ଦେଖିବାକୁ ମିଳିଛି। ଦୀର୍ଘ ୧ଘଣ୍ଟାରୁ ଅଧିକ ସମୟ ଧରି ଅଜଗର ଜଣେ ବ୍ୟକ୍ତିର ପାଦରେ ଗୁଡ଼ାଇ ହୋଇରହିଥିଲା। ବ୍ୟକ୍ତିଙ୍କୁ ସର୍ପ ଠାରୁୁ ମୁକ୍ତ କରିବାକୁ ଅନ୍ୟ ୬ଜଣ ବ୍ୟକ୍ତି ଦୀର୍ଘ ସମୟ ଧରି ପ୍ରଚେଷ୍ଠା କରିବା ପରେ ଶେଷରେ ସାପକୁ କାବୁ କରିପାରିଥିଲେ।
କିଛି ମତ୍ସ୍ୟଜୀବୀ ନଦୀରେ ମାଛ ଧରୁଥିବାବେଳେ ଇଲ ମାଛ ଭାବି ଏହି ସାପକୁ ଜାଲରେ ଫସାଇ ଦେଇଥିଲେ। ତେବେ ପାଣି ମଧ୍ୟରୁ କାଢିବାରୁ ଏହା ମାଛ ନୁହେଁ ବରଂ ୨୭ଫୁଟ ଲମ୍ବର ଏକ ବିଶାଳ ଅଜଗର ବୋଲି ଜଣା ପଡ଼ିଥିଲା। ସାପର ମୁହଁକୁ ଆୟତ୍ତ କରି ମତ୍ସ୍ୟଜୀବୀ ସାପକୁ ଜାଲରୁ କାଢିବାକୁ ଉଦ୍ୟମ କରୁଥିବାବେଳେ ସାପଟି ଆତ୍ମରକ୍ଷା ପାଇଁ ମତ୍ସ୍ୟଜୀବୀର ପାଦରେ ଗୁଡ଼ାଇ ହୋଇଯାଇଥିଲା।
ଏହି ସମୟରେ ଅନ୍ୟ ୬ଜଣ ମତ୍ସ୍ୟଜୀବୀମାନେ ସାପ ବନ୍ଧନରେ ଅନ୍ୟ ଜଣେ ମତ୍ସ୍ୟଜୀବୀକୁ ଦେଖି ତାଙ୍କୁ ଉଦ୍ଧାର କରିବାକୁ ସାହାର୍ଯ୍ୟ କରିଥିଲେ। ସାପର ମୁହଁକୁ ଜଣେ ମତ୍ସ୍ୟଜୀବୀ ଧରି ଥିବାବେଳେ ଅନ୍ୟମାନେ ସର୍ପ ଠାରୁୁ  ଉକ୍ତ ମତ୍ସ୍ୟଜୀବୀକୁ ଛଡ଼ାଇବାକୁ ପ୍ରାଣପଣେ ଉଦ୍ୟମ ଜାରି ରଖିଥିଲେ। ଦୀର୍ଘ ୧ଘଣ୍ଟାରୁ ଅଧିକ ସାପ ମଣିଷ ଲଢେଇ ପରେ ଶେଷରେ ଉକ୍ତ ମତ୍ସ୍ୟଜୀବୀକୁ ଉଦ୍ଧାର କରାଯାଇ ପାରିଥିଲା। ପରେ ସାପକୁ ପାଡାଂ ପାରିଆମାନ ଜଙ୍ଗଲରେ ଛାଡ଼ି ଦିଆଯାଇ ଥିଲା। ସୋସିଆଲ ମିଡିଆରେ ଏହି ଭିଡ଼ିଓ ଡିସେମ୍ବର ୩ରେ ଛଡ଼ା ଯାଇଥିବାବେଳେ ଏହା ବେଶ୍‍ ଲୋକପ୍ରିୟତା ଅର୍ଜନ କରିଛି।

Leave A Reply