ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ : ସାଇନା ଚମ୍ପିଆନ

0

ଜାକର୍ତ୍ତା : ଭାରତର ସାଇନା ନେହୱାଲ ଏଠାରେ ଚାଲିଥିବା ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ମହିଳା ସିଙ୍ଗଲ୍‌ସ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି। ରବିବାର ୫ମ ସିଡ୍‌ ସ୍ପେନର କ୍ୟାରୋଲିନା ମାରିନ ଓ ୮ମ ସିଡ୍‌ ସାଇନାଙ୍କ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା। ଅଲିମ୍ପିକ ତଥା ବିଶ୍ବ ଚମ୍ପିଆନ ମାରିନ ପ୍ରଥମ ଗେମରେ ୧୦-୪ ପଏଣ୍ଟରେ ଆଗୁଆ ଥିବାବେଳେ ଗୋଡରେ ଆଘାତ ପାଇ ମୁକାବିଲାରୁ ଓହରିଯାଇଥିଲେ। ଫଳରେ ସାଇନାଙ୍କୁ ବିଜେତା ଘୋଷଣା କରାଯାଇଥିଲା। ଫାଇନାଲ ମୁକାବିଲାରେ ମାରିନ ସ୍ବାଭାବିକ୍‌ଭାବେ ଫେଭରିଟ୍‌ ମାନ୍ୟତା ପାଇଥିଲେ। ତେବେ ମାରିନଙ୍କ କଡା ମୁକାବିଲା କରିବାକୁ ପ୍ରସ୍ତୁତ ଥିବାବେଳେ ମାରିନ ଆଘାତପ୍ରାପ୍ତ ହୋଇ ମ୍ୟାଚରୁ ଓହରିଯିବା ଦୁଃଖଦାୟକ ବୋଲି ସାଇନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Leave A Reply