ଜାକର୍ତ୍ତାରେ ପ୍ରବଳ ବନ୍ୟା : ୧୬ଜଣଙ୍କ ମୃତ୍ୟୁ

ଇଣ୍ଡୋନେସିଆ : ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ପ୍ରବଳ ବନ୍ୟା ଦେଖାଦେଇଛି। ଏଥିରେ ୧୬୯ଅଞ୍ଚଳ ଜଳବନ୍ଦୀ ହୋଇ ରହିବା ଯୋଗୁଁ ଲୋକମାନେ ନାହି ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବନ୍ୟାରେ ଏପର୍ଯ୍ୟନ୍ତ ୧୬ଜଣ ଲୋକଙ୍କର ପ୍ରାଣହାନୀ ଘଟିଥିବା ଜଣାପଡ଼ିଛି।
ଏହାସହିତ ହଜାରେରୁ ଅଧିକ ଲୋକ ବାସହରା ହୋଇଯାଇଛନ୍ତି। ପ୍ରବଳ ବନ୍ୟା କାରଣରୁ ଜାକର୍ତ୍ତାର ହଲିମ ପେରଡାନାକୁସ୍ମାହ୍ ଘରୋଇ ବିମାନବନ୍ଦରରେ ପାଣି ପଶିଯିବାରୁ ବିମାନବନ୍ଦରକୁ ବନ୍ଦ ରଖାଯାଇଛି।

Comments are closed.