ଜାକର୍ତ୍ତାରେ ବନ୍ୟା ବିଭୀଷିକା – ୨୧ ମୃତ

ଜାକର୍ତ୍ତା: ଇଣ୍ଡୋନେସିଆର ଅଧିକାଂଶ ଅଂଚଳରେ ବନ୍ୟା ଯୋଗୁ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ଅବିଶ୍ରାନ୍ତ ବର୍ଷା ହେବା ଫଳରେ ଜାକର୍ତ୍ତା ଏବଂ ଆଖପାଖ ସହର ଜଳମଗ୍ନ ହୋଇଛି ଓ ହଜାର ହଜାର ଲୋକ ଗୃହଶୂନ୍ୟ ହୋଇଥିବା ସୂଚନା ମିଳିଛି। ୨୦୧୩ ବନ୍ୟା ତୁଳନାରେ ଚଳିତ ବନ୍ୟାରେ ଅଧିକ ଅଂଚଳ ପ୍ରଭାବିତ ହେବା ସହ ଅନେକ ସ୍ଥାନରେ ଭୂସ୍ଖଳନ ଘଟିଛି। ବିଦ୍ୟୁତ ଆଘାତ ଜନିତ କୌଣସି ଘଟଣା ଏଡ଼ାଇବାକୁ ବନ୍ୟା ପ୍ଲାବିତ ଅଞ୍ଚଳଗୁଡିକରେ ବୁଧବାର ଠାରୁ ବିଦ୍ୟୁତ ଯୋଗାଣ ବନ୍ଦ ରଖାଯାଇଛି।
ଏହି ବନ୍ୟାରେ ବାସଗୃହ ସମେତ ସହ ସହ ସଂଖ୍ୟାରେ କାର ଓ ଗାଡି ମଧ୍ୟ ଭାସି ଯାଇଛି। ଜାକର୍ତ୍ତା ବିମାନ ବନ୍ଦର ବନ୍ଦ ରହିଥିବାରୁ ପ୍ରାୟ ୨୦ ହଜାରରୁ ଅଧିକ ଯାତ୍ରୀ ଅଟକି ରହିଥିବା ‘ଅଲଜଜିରା’ ସମ୍ବାଦ ସଂସ୍ଥା କହିଛି।