MEllora 950×100

ବିଶ୍ୱର ଅର୍ଥନୈତିକ ବିକାଶରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି : ରାଜନାଥ

ନୂଆଦିଲ୍ଲୀ :  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ବିଶ୍ୱର ଅର୍ଥନୈତିକ ବିକାଶରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛି। ଜଳବାୟୁ ପରିବର୍ତ୍ତନ, କୋଭିଡ ମହାମାରୀ ଓ ସୁବିଧାରୁ ବଞ୍ଚିତ ସମସ୍ୟା ଗୁଡ଼ିକର ମୁକାବିଲା ପାଇଁ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରିବାକୁ ସେ ଦେଶ ଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଏହିସବୁ ସମସ୍ୟାର ମୁକାବିଲା ପାଇଁ ବିଶ୍ୱର ପ୍ରତ୍ୟେକ ଦେଶକୁ ସାମୁହିକ ପଦକ୍ଷେପ ନେବାକୁ ପଡିବ । ଏକ୍ଷେତ୍ରରେ ଯୁଦ୍ଧ ଓ ବିବାଦ ଭଳି ଧ୍ୱଂସାତ୍ମକ କାର୍ଯ୍ୟରୁ ନିବୃତ୍ତ ରହିବାକୁ ହେବ ବୋଲି ସେ କହିଛନ୍ତି ।
ନୂଆଦିଲ୍ଲୀରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଆଞ୍ଚଳିକ ଡାଏଲଗ-୨୦୨୨ରେ ଉଦ୍‌ବୋଧନ ଦେଇ ଶ୍ରୀ ସିଂହ କହିଛନ୍ତି ଯୁଦ୍ଧର ଯୁଗ ସମାପ୍ତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ସ୍ଲୋଗାନକୁ ଜି-୨୦ ଶିଖର ବୈଠକରେ ବିଶ୍ୱ ନେତୃବୃନ୍ଦ ଗୁରୁତର ସହ ଗ୍ରହଣ କରିଛନ୍ତି। ସାମୁହିକ ସୁରକ୍ଷା ପଦକ୍ଷେପ ଦ୍ୱାରା ବିଶ୍ୱର ମଙ୍ଗଳ ହେବ ବୋଲି ସେ ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି ସୁରକ୍ଷା ଦିଗରେ ସାମୁହିକ ପଦକ୍ଷେପ ଗ୍ରହଣ କରାଗଲେ ସମଗ୍ର ବିଶ୍ୱ ପାଇଁ ଏହା ହିତକାରୀ ସାବ୍ୟସ୍ତ ହେବ ।
ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ଶତାବ୍ଦୀ ଶତାବ୍ଦୀ ଧରି ସମୁଦ୍ର ପଥ ଦେଇ ବାଣିଜ୍ୟ କାରବାର ଯୋଗୁଁ ବାଣିଜ୍ୟ ସମ୍ପର୍କରେ ଉନ୍ନତି ଘଟିଛି । ଶ୍ରୀ ସିଂହ କହିଛନ୍ତି ଭାରତ ଆସିଆନର ଗୁରୁତ୍ୱକୁ ସର୍ବଦା ଉଲ୍ଲେଖ କରିଆସିଛି । ସେ କହିଛନ୍ତି ଭାରତ ଏକ ବହୁରାଷ୍ଟ୍ରୀୟ ନୀତିରେ ବିଶ୍ୱାସ କରେ, ଏବଂ ଏହା ବିଶ୍ୱର ସବୁ ଦେଶର ସହଯୋଗରେ ସମ୍ଭବ ହେବ ।

Comments are closed.