ଭାରତ ଓ ଜାପାନ ସାମରିକ ସହଯୋଗ ବୃଦ୍ଧି  କରିବେ !

0

ନୂଆଦିଲ୍ଲୀ . – ଭାରତ ଓ ଜାପାନ ନିଜର ସାମରିକ ସହଯୋଗ ବୃଦ୍ଧି କରିବେ । ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ଗସ୍ତରେ ଯାଉଛନ୍ତି । ଜାପାନର ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କର ସହ ତାଙ୍କର ବାର୍ଷିକ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଭାରତ ଓ ଜାପାନ ସେନା ମଧ୍ୟରେ ସହଯୋଗ ବୃଦ୍ଧି ସହ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସଂକ୍ରାନ୍ତରେ ସହଯୋଗ ବୃଦ୍ଧି ପାଇଁ ଏଥିରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।

ଖବରପ୍ରକାଶନ ସଂସ୍ଥା ରଏଟରର ଏକ ରିପୋର୍ଟ ଅନୁଯାୟୀ ଏବେ ଭାରତ ଜାବାନ ସହ ଆମେରିକାର ପ୍ରତିରକ୍ଷା ସଂକ୍ରନ୍ତରେ ସମ୍ପର୍କ ବୃଦ୍ଧି ପାଇବାରେ ଲାଗିଛି । ତିନି ଦେଶ ଭାରତ ମହାସାଗରରେ ଏକାଠି ନୌ ସମରାଭ୍ୟାସ କରିଛନ୍ତି ।

ଭାରତ ଓ ଜାପାନ ମଧ୍ୟରେ ପ୍ରତିରକ୍ଷାକୁ ନେଇ ନୂଆ ଚୁକ୍ତି ସ୍ୱାକ୍ଷରିତ ହେଲା ପରେ ଜାପାନର ଯୁଦ୍ଧ ଜାହାଜ ଭାରତର ବିଭିନ୍ନ ବନ୍ଦରମାନଙ୍କରେ ଇନ୍ଧନ ଭରିବା ପାଇଁ ଅନୁମତି ପାଇବେ । ଆଣ୍ଡାମାନ ନିକୋବର ଦ୍ୱୀପରେ ବି ଜାପାନ ଜାହାଜମାନେ ଇନ୍ଧନ ଭରିପାରିବେ । ଏହା ସହ ଦ୍ୱି ପାକ୍ଷିକ ପ୍ରତିରକ୍ଷା ସମ୍ପର୍କ ବୃଦ୍ଧି ପାଇବ ।

Leave A Reply