ଭାରତ ଏବଂ ଚୀନ୍ ମଧ୍ୟରେ ଖୁବ ଶୀଘ୍ର ବରିଷ୍ଠ କମାଣ୍ଡର ସ୍ଥରୀୟ ବୈଠକ

ବିଦେଶ ମନ୍ତ୍ରାଳୟ କହିଛି ଯେ ଭାରତ ଏବଂ ଚୀନ୍ ମଧ୍ୟରେ ଖୁବ ଶୀଘ୍ର ବରିଷ୍ଠ କମାଣ୍ଡର ସ୍ଥରୀୟ ବୈଠକ କରିବା ନେଇ ନିଷ୍ପତ୍ତି ହୋଇଛି। ଭାରତ-ଚୀନ୍ ସୀମା ପ୍ରସଙ୍ଗରେ ଗତକାଲି ବିଦେଶ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ସ୍ଥିତିକୁ ଏକ ପାଖିଆ ଭାବରେ ପରିବର୍ତ୍ତନ କରିବାକୁ କୌଣସି ପ୍ରୟାସ ନ କରିବାକୁ ଆଗାମୀ ବୈଠକରେ ଆଲୋଚନା ହେବ। ଅନ୍ୟ ପକ୍ଷରେ ସେହି ଅଞ୍ଚଳରେ ସମ୍ପୂର୍ଣ୍ଣ ଶାନ୍ତି ସ୍ଥାପନ କରିବାକୁ ଉଭୟ ପକ୍ଷ ଆଲୋଚନା ଜାରି ରଖିଛନ୍ତି ବୋଲି ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି।
ସେ କହିଛନ୍ତି, ପରବର୍ତ୍ତୀ ବରିଷ୍ଠ କମାଣ୍ଡର ସ୍ଥରୀୟ ବୈଠକରେ ଉଭୟ ଦେଶ ମଧ୍ୟରେ ସମାନ୍ତରାଳ ଭାବେ ପରାମର୍ଶ ଏବଂ ସମନ୍ୱୟ କୌଶଳର କାର୍ଯ୍ୟକାରିତା ନେଇ ଆଲୋଚନା ହେବ। ଉଭୟ ଦେଶ ମଧ୍ୟରେ ସୋମବାର ଦିନ ଅନୁଷ୍ଠିତ କମାଣ୍ଡର ସ୍ଥରୀୟ ବୈଠକର ଷଷ୍ଠ ପର୍ଯ୍ୟାୟରେ ଭୁଲ ବୁଝାମଣାରୁ ଦୁରେଇ ରହିବ, ସେହି ଅଂଚଳକୁ ଅଧିକ ସେନା ପଠାଇବା ବନ୍ଦ କରିବା ଏବଂ ଏକପାଖିଆ ସ୍ଥିତି ପରିବର୍ତ୍ତନ ନକରିବାକୁ ଉଭୟ ପକ୍ଷ ସହମତ ହୋଇଥିଲେ।