ଆଜି ଭାରତ-ଚୀନ ଏକାଦଶ ରାଉଣ୍ଡ କର୍ପସ କମାଣ୍ଡରସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଲଦାଖରେ ସୀମା ବିବାଦକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ପ୍ରଶମିତ କରିବାକୁ ଭାରତ ଓ ଚୀନ ମଧ୍ୟରେ ଆଜି ଶୁକ୍ରବାର କର୍ପସ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହେଉଛି। ଏହା ଦୁଇଦେଶ ମଧରେ ଏକାଦଶତମ କର୍ପସ କମାଣ୍ଡରସ୍ତରୀୟ ବୈଠକ ଏବଂ ଏହା ପୂର୍ବ ଲଦାଖର ଚୁଶୁଲଠାରେ ଅନୁଷ୍ଠିତ ହେଉଛି। ଗୋଗ୍ରା, ହଟ ସ୍ପ୍ରିଂ ଏବଂ ଡେମଚୋକ ଆଦି ବିବାଦୀୟ ଅଂଚଳରୁ ଚୀନ ତାହାର ସୈନ୍ୟ ପ୍ର୍ରତ୍ୟାହାର କରିବାକୁ ଭାରତୀୟ ସେନା ଏହି ବୈଠକ ଅବସରରେ ଚାପ ପକାଇବ ବୋଲି ଜଣାଯାଇଛି।

Comments are closed.