ଇନ୍ଦିରା ଗାନ୍ଧୀ ଓ ଜରୁରୀକାଳୀନ ପରିସ୍ଥିତି

0

ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଇନ୍ଦିରା ଗାନ୍ଧୀଙ୍କୁ ନେଇ ଯେତେ ଚର୍ଚ୍ଚା ହୁଏ, ତାଙ୍କର କଠୋର ନିଷ୍ପତ୍ତି ଓ ଅଦମ୍ୟ ସାହସକୁ ଭାରତୀୟ ରାଜନୀତିରେ ଏକ ଭିନ୍ନ ଦୃଷ୍ଟିକୋଣରେ ଦେଖାଯାଏ। ଜରୁରୀକାଳୀନ ପରିସ୍ଥିତିକୁ ନେଇ ତାଙ୍କୁ ଅନେକ ସମାଲୋଚନାର ଶରବ୍ୟ ହେବାକୁ ପଡିଛି। ୧୯୭୫, ଜୁନ ୨୫ରେ ଲାଗୁ କରାଯାଇଥିବା ଜରୁରୀକାଳୀନ ପରିସ୍ଥିତିକୁ ସମସ୍ତ ଭାରତୀୟଙ୍କ ପାଇଁ କାଳରାତ୍ରି ସହିତ ତୁଳନା କରାଯାଏ।
ଦୀର୍ଘ ୪୩ ବର୍ଷ ପୂର୍ବେ ଲାଗୁ କରାଯାଇଥିବା ଜରୁରୀକାଳୀନ ପରିସ୍ଥିତି ଭାରତୀୟ ରାଜନୀତିରେ ଏକ କଳା ଅଧ୍ୟାୟ ବୋଲି ବିବେଚନା କରାଯାଏ। ୧୭୫ରେ ଲାଗୁ କରାଯାଇଥିବା ଏହି ଜରୁରୀକାଳୀନ ପରିସ୍ଥିତି ୧୯୭୭ ମସିହା ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। ସେହି ସମୟରେ ରାଷ୍ଟ୍ରପତି ଫକରୁଦ୍ଦିନ ଅଲ୍କି ଅହମ୍ମଦ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ ସରକାରଙ୍କର ଏହି ନିଷ୍ପତ୍ତିକୁ ଗ୍ରହଣ କରି ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଜରୁରୀକାଳୀନ ପରିସ୍ଥିତି ସମୟରେ ଦେଶରେ ନିର୍ବାଚନକୁ ବାତିଲ କରିଦିଆଯାଇଥିଲା। ଗଣମାଧ୍ୟମର ସ୍ୱାଧୀନତା ଉପରେ ସରକାର କଟକଣା ଜାରି କରିଥିଲେ। ଯାହାକୁ ନେଇ ସାରା ଦେଶରେ ବ୍ୟାପକ ଜନଆନ୍ଦୋଳନ ସୃଷ୍ଟି ହୋଇଥିଲା। ଜୟପ୍ରକାଶ ନାରାୟଣ ଓ ମୋରାରଜୀ ଦେଶାଇଙ୍କ ଭଳି ବ୍ୟକ୍ତିତ୍ୱ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ।
ଆଲେଖ୍ୟ : ହିମାଂଶୁ ଶେଖର ସାମଲ

Leave A Reply