ଜନ୍ମଦିନ ବିଶେଷ​‌; ଦେଶର ସମଗ୍ର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ବଦଳାଇ ଦେଇଥିଲା ଇନ୍ଦିରା ଗାନ୍ଧୀଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ : ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଆଜି ହେଉଛି ଜନ୍ମଦିନ। ୧୦୩ ବର୍ଷ ପୂର୍ବେ ଆଜି, ନଭେମ୍ବର ୧୯ ରେ, ଇନ୍ଦିରା ଉତ୍ତରପ୍ରଦେଶର ପ୍ରୟାଗରାଜରେ ଜନ୍ମଗ୍ରହଣ କରିଥିଲେ। ଇନ୍ଦିରା ଗାନ୍ଧୀ ଭାରତର ପ୍ରଥମ ଏବଂ ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଜାନୁଆରୀ ୧୯୬୬ ରୁ ମାର୍ଚ୍ଚ ୧୯୭୭ ଏବଂ ପୁନର୍ବାର ଜାନୁଆରୀ ୧୯୮୦ରୁ ଅକ୍ଟୋବର ୧୯୮୪ (ଯେତେବେଳେ ଇନ୍ଦିରାଙ୍କୁ ହତ୍ୟା କରାଯାଇଥିଲା) ସେ ଦେଶର ପ୍ରଧାନମନ୍ତ୍ରୀ ଥିଲେ।
ଇନ୍ଦିରା ଏବଂ ଦେଶରେ ଜରୁରୀକାଳୀନ ପରିସ୍ଥିତି ବିଷୟରେ ପ୍ରାୟ ସମସ୍ତଙ୍କୁ ଜଣାଅଛି। ଆଜି ଇନ୍ଦିରାଙ୍କ ଜନ୍ମଦିନ ଅବସରରେ ଆମେ ଆପଣଙ୍କୁ ତାଙ୍କର ଏଭଳି ଗୋଟିଏ ନିଷ୍ପତ୍ତି ବିଷୟରେ ସୂଚନା ଦେବୁ ଯାହା ସମଗ୍ର ଭାରତର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ବଦଳାଇ ଦେଇଥିଲା।
ପ୍ରାୟ ୫୧ ବର୍ଷ ପୂର୍ବେ .. ୧୯ ଜୁଲାଇ ୧୯୬୯ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଏକ ନିଷ୍ପତ୍ତି ଦେଶର ସମଗ୍ର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ବଦଳାଇ ଦେଇଥିଲା। ଯେତେବେଳେ ଇନ୍ଦିରା ଗାନ୍ଧୀ ୧୪ଟି ବଡ ଘରୋଇ ବ୍ୟାଙ୍କକୁ ଜାତୀୟକରଣ କରିଥିଲେ। ଆଜି ବି ସେହି ନିଷ୍ପତ୍ତି ବ୍ୟାଙ୍କ ଉପରେ ପ୍ରଭାବ ପକାଉଛି।
ଜାତୀୟକରଣ କ’ଣ? ଇନ୍ଦିରା କାହିଁକି ଏହି ନିଷ୍ପତ୍ତି ନେଲେ? 
ଜାତୀୟକରଣକୁ ସରଳ ଭାଷାରେ ସରକାରୀକରଣ ମଧ୍ୟ କୁହାଯାଇପାରେ। ଯେତେବେଳେ ଏକ ଅନୁଷ୍ଠାନ କିମ୍ବା ବ୍ୟବସାୟିକ ସଂସ୍ଥାର ମାଲିକାନା ସରକାରଙ୍କ ଅଧୀନରେ ଥାଏ, ଏହାକୁ ଏକ ଜାତୀୟକରଣ ଅନୁଷ୍ଠାନ ବା ସଂସ୍ଥା କୁହାଯାଏ। ଯେତେବେଳେ ସରକାର ଏହାର ପୁଞ୍ଜିର ସର୍ବନିମ୍ନ ୫୧% ଅଂଶ ପାଇବେ ସେତେବେଳେ ଏହି ଅନୁଷ୍ଠାନଗୁଡିକ ସରକାରୀ ମାଲିକାନାରେ ଥିବା ବିବେଚନା କରାଯାଏ ।

– ଭାରତର ପ୍ରଥମ ଜାତୀୟକରଣ ବ୍ୟାଙ୍କ ହେଲା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)। ଏହାକୁ ୧୯୫୫ରେ ଜାତୀୟକରଣ କରାଯାଇଥିଲା |
– ତା’ପରେ ୧୯୫୮ରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ସହଯୋଗୀ ବ୍ୟାଙ୍କଗୁଡିକୁ ମଧ୍ୟ ଜାତୀୟକରଣ କରାଯାଇଥିଲା।
– ୧୯୬୯ ମସିହାରେ ଇନ୍ଦିରା ଗାନ୍ଧୀ ବ୍ୟାଙ୍କଗୁଡିକୁ ସର୍ବ ବୃହତ ସ୍ତରରେ ଜାତୀୟକରଣ କରିଥିଲେ। ୧୪ଟି ବଡ଼ ବ୍ୟାଙ୍କ ଏକାସାଙ୍ଗରେ ଜାତୀୟକରଣ କରାଯାଇଥିଲା।
କେଉଁ ୧୪ଟି ବ୍ୟାଙ୍କ ଇନ୍ଦିରାଙ୍କ ଦ୍ୱାରା ଜାତୀୟକରଣ କରାଯାଇଥିଲା ?
୧. ବ୍ୟାଙ୍କ ଅଫ୍ ଇଣ୍ଡିଆ
୨. ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ
୩. ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ
୪. ଇଣ୍ଡିଆନ୍ ବ୍ୟାଙ୍କ
୫. ବ୍ୟାଙ୍କ ଅଫ୍ ବାରୋଦା 
୬. ଡେନା ବ୍ୟାଙ୍କ
୭. ଉକୋ ବ୍ୟାଙ୍କ
୮. ସିଣ୍ଡିକେଟ୍ ବ୍ୟାଙ୍କ 
୯. କାନାରା ବ୍ୟାଙ୍କ 
୧୦. ଆହ୍ଲାବାଦ ବ୍ୟାଙ୍କ
୧୧. ୟୁନାଇଟେଡ୍ ବ୍ୟାଙ୍କ
୧୨. ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ
୧୩. ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ 
୧୪. ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର

Comments
Loading...