ଅଗ୍ନିକାଣ୍ଡରେ ଜଳିଗଲା ଇନ୍ଦିରା ଆବାସ ଘର

ଖୁଣ୍ଟା: ଖୁଣ୍ଟା ବ୍ଲକର ଯାଡାବଣି ଗ୍ରାମରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟି ପ୍ରଫୁଲ୍ଲ ନାଏକଙ୍କ ଦୁଇବଖରା ବିଶିଷ୍ଟ ଇନ୍ଦିରା ଆବାସ ଘର ଜଳି ଯାଇଛି। ଖୁଣ୍ଟା ଦମକଳ ବାହିନୀ ଓ ସ୍ଥାନୀୟ ଗ୍ରାମବାସୀ ନିଆକୁ ଆୟତ୍ତ କରିଥିଲେ ମଧ୍ୟ ଘରର ସମସ୍ତ ଆସବାବପତ୍ର ଜଳିଯାଇଥିଲା। ପ୍ରାୟ ପାଞ୍ଚ ବର୍ଷ ପୂର୍ବରୁ ପ୍ରଫୁଲ୍ଲଙ୍କୁ ଇନ୍ଦିରା ଆବାସ ମିଳିଥିବା ବେଳେ ଯୋଜନା ଅର୍ଥରେ ସେ ଆଜବେସଷ୍ଟସ ଛାଉଣୀର ଦୁଇ ବଖର ଘର ନିର୍ମାଣ କରିଥିଲେ। ବର୍ଷା ଦିନ ପାଇଁ ଗୋଟିଏ ବଖରାରେ ଗୃହପାଳିତ ପଶୁଙ୍କ ସକାଶେ ନଡା ଗଚ୍ଛିତ କରି ରଖିଥିଲେ। ମଙ୍ଗଳବାର ପୂର୍ବାହ୍ନରେ କୌଣସି କାରଣରୁ ନଡାରେ ନିଆଁ ଲାଗିଯାଇଥିଲା। ଘରର କାଠ ଛାଉଣୀ ଜଳି ଯିବା ସହ ଆସବାବପତ୍ର ଓ ଆଜବେଷ୍ଟସ ଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

Comments are closed.