ଇନ୍ଦିରାଙ୍କୁ ହିଟ୍‍ଲର ସହ ତୁଳନା କଲେ ଜେଟଲି

0

ନୂଆଦିଲ୍ଲୀ : ୧୯୭୫ରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣାକୁ ନେଇ ବିଜେପି ବରିଷ୍ଠ ନେତା ଅରୁଣ ଜେଟଲି ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ଜର୍ମାନୀର ଏକଛତ୍ରବାଦ ଶାସକ ଆଡଲଫ୍‍ ହିଟ୍‍ଲରଙ୍କ ସହ ତୁଳନା କରିଛନ୍ତି। ସେ ନିଜ ଫେସ୍‍ବୁକ୍‍ ପୋଷ୍ଟରେ ଲେଖିଛନ୍ତି ଯେ ହିଟ୍‍ଲର ଏବଂ ଇନ୍ଦିରା ନିଜ ନିଜ ଦେଶରେ ଜରୁରୀ ପରିସ୍ଥିତି ଲଗାଇଥିଲେ। ନାଜି ଶାସକ ହିଟଲର ୧୯୩୩ରେ ଯେପରି ଜର୍ମାନୀରେ ଜରୁରୀ ପରିସ୍ଥିତି ଲଗାଇଥିଲେ କ’ଣ ସେଠୁ ଇନ୍ଦିରା ଗାନ୍ଧି ଅନୁପ୍ରାଣିତ ହୋଇ ଭାରତରେ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାସହ ସେ ଲେଖିଛନ୍ତି ୨୦ ଜଣଙ୍କ ସହ ମୋତେ ଦିଲ୍ଲୀର ତହାର କାରାଗାରରେ ବନ୍ଦୀ କରାଯାଇଥିଲା। ସେଠାରୁ ପରେ ମୋତେ ଅମ୍ବଲା ସେଣ୍ଟ୍ରାଲ ଜେଲକୁ ପଠାଇ ଦିଆଯାଇଥିଲା। ଦିନକୁ ମାତ୍ର ୩ ଟଙ୍କାରେ ଆମକୁ ଖାଇବାକୁ ଦିଆଯାଉଥିଲା। ଅର୍ଥାତ ମାତ୍ର ୬୦ ଟଙ୍କାରେ ୨୦ କଏଦୀଙ୍କ ସକାଳ ଜଳଖିଆରୁ ରାତି ଭୋଜନ ପର୍ଯ୍ୟନ୍ତ ସବୁ ଜେଲ କର୍ତ୍ତୃପକ୍ଷଙ୍କୁ ଜୋଗାଡ଼ କରିବାକୁ ପଡୁଥିଲା। ଦେଶରେ ଏକ ଆତଙ୍କ ଏବଂ ଭୟର ବାତାବରଣ ଥିଲା। ରାଜନୈତିକ ଗତିବିଧି ସମ୍ପୂର୍ଣ୍ଣ ଠପ୍‍ ହୋଇଯାଇଥିଲା। ଏହି ସମୟରେ ଶିରୋମଣି ଅକାଳି ଦଳର କର୍ମୀ ଏବଂ ଆରଏସ୍‍ଏସ୍‍ ସ୍ୱୟଂସେବକୁ ସତ୍ୟାଗ୍ରହ କରି ଶତାଧିକ ସଂଖ୍ୟାରେ ଗିରଫ ହୋଇଥିଲେ।

Leave A Reply