ଫୁଟବଲ୍‌ ପାଇଁ ୧୨୭ ଜଣଙ୍କ ଜୀବନ ଗଲା-ଇଣ୍ଡୋନେସିଆରେ ଫୁଟବଲ ମ୍ୟାଚ୍‌ ବେଳେ ହିଂସା

ନୂଆଦିଲ୍ଲୀ – ଇଣ୍ଡୋନେସିଆରେ ଫୁଟବଲ୍‌ ମ୍ୟାଚ୍‌ ଚାଲିଥିବା ବେଲେ ପ୍ରଶଂସକମାନଙ୍କ ମଧ୍ୟରେ ମାରପିଟ୍‌ । ଏହି ଘଟଣାରେ ୨ ଜଣ ପୁଲିସ କର୍ମୀଙ୍କ ସମେତ ୧୨୭ ଜଣଙ୍କର ମୃତ୍ୟୁ ହୋଇଛି ।

ଜାଭାରେ ଗୋଟିଏ ଷ୍ଟାଡିୟମରେ ପେରସାବାୟାସୁରବାୟା ଏବଂ ଆରେମ୍‌ ଏଫ୍‌ସି ଟିମ୍‌ ମଧ୍ୟରେ ଫୁଟବଲ୍‌ ମ୍ୟାଚ୍‌ ଚାଲିଥିଲା । ଏହାକୁ ଦେଖିବା ପାଇଁ ସେଠାରେ ଦୁଇ ଦଳର ପ୍ରଶଂସକ ଉପସ୍ଥିତ ଥିଲେ । ଆରେମ୍‌ ଏଫ୍‌ସି ମ୍ୟାଚ୍‌ ଜିତିବାରୁ ପ୍ରଶଂସକମାନେ ଧସେଇ ହୋଇ ଫୁଟବଲ୍‌ ପଡିଆକୁ ଓହ୍ଲାଇଥିଲେ । ଏହାପରେ ଦୁଇ ଦଳ ମଧ୍ୟରେ ସଂଘର୍ଷ ହୋଇଥିଲା ।

ଘଟଣାସ୍ଥଳରେ ୩୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ୯୩ ଜଣଙ୍କର ମୃତ୍ୟୁ ହୋଇଥିବା ଇଣ୍ଡୋନେସିଆ ପୁଲିସ ସୂଚନା ଦେଇଛି । ଏହାପରେ ଇଣ୍ଡୋନେସିଆ ସଶସ୍ତ୍ର ବଳ ସେଠାରେ ପହଞ୍ଚି ଖେଳାଳୀମାନଙ୍କୁ ସୁରକ୍ଷିତ ଭାବେ ପଡିଆ ବାହାରକୁ ଆଣିଥିଲେ । ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା ।

Comments are closed.