ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ ; ୮୨ ମୃତ,୧୦୦ରୁ ଅଧିକ ଆହତ

0

ଜାକର୍ତ୍ତା : ଇଣ୍ଡୋନେସିଆର ଲୋମବୋକ ଦ୍ୱୀପରେ ରବିବାର ବଡ ଧରଣର ଭୂମିକମ୍ପ ହୋଇଛି। ଭୂମିକମ୍ପ ଯୋଗୁଁ ଅନେକ ଘର ଭାଙ୍ଗିଯାଇଛି। ଏଥିରେ ୮୨ ଜଣଙ୍କର ମୃତ୍ୟୁ ହେବା ସହ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୦। ଏହାକୁ ନେଇ ସୁନାମୀ ସତର୍କ ସୂଚନା ଜାରି କରାଯାଇଥିଲା; ମାତ୍ର ପରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା। ଇଣ୍ଡୋନେସିଆ ବିପର୍ଯ୍ୟୟ ପରିଚାଳନା ଏଜେନ୍ସିର କହିବା ଅନୁଯାୟୀ ୧୦ କିମି ଗଭୀରରେ ଏହି ଭୂମିକମ୍ପ ସୃଷ୍ଟି ହୋଇଛି। ସପ୍ତାହେ ପୂର୍ବରୁ ଏହି ଦ୍ୱୀପରେ ୬.୪ ତୀବ୍ରତାର ଭୂମିକମ୍ପ ହୋଇ ୧୭ଜଣଙ୍କର ମୃତ୍ୟୁ ହୋଇଥିଲା।

 

Leave A Reply