୨୦୨୧-୨୨ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ଓ ପରିସଂଖ୍ୟାନ ବ୍ୟାଙ୍କିଙ୍ଗ କ୍ଷେତ୍ର

୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ବ୍ୟାଙ୍କିଙ୍ଗ କ୍ଷେତ୍ରର ରେଟିଂ ସ୍ଥିର ରହିବା ଅନୁମାନ କରାଯାଉଛି। ବ୍ୟାଙ୍କିଙ୍ଗ କ୍ଷେତ୍ରର ମୋଟ ଅନାଦାୟ ଋଣ (ଜିଏନପିଏ) ୮.୬% ହେବା ଏବଂ ଚାପଗ୍ରସ୍ତ ଋଣ ୧୦.୩%ରେ ରହିବା ଅନୁମାନ କରାଯାଉଛି। ସୂଚାନଯୋଗ୍ୟ ଯେ ଗତ ୭ ବର୍ଷ ଧରି ଏନଡିଏ ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ପାଣ୍ଠି ଯୋଗାଇ ଚାଲିଛନ୍ତି। କୋଭିଡ ମହାମାରୀ ଯୋଗୁଁ ବ୍ୟାଙ୍କିଙ୍ଗ କ୍ଷେତ୍ର ପ୍ରଭାବିତ ହୋଇଥିବାବେଳେ ସରକାର ସେଥିପ୍ରତି ମଧ୍ୟ ଉପଯୁକ୍ତ ଧ୍ୟାନ ଦେଇଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମିଶ୍ରଣ ଦ୍ୱାରା ଅନେକ ଛୋଟ ବ୍ୟାଙ୍କ ଏହି ମହାମାରୀ ପ୍ରଭାବରୁ ନିଜକୁ ସୁରକ୍ଷିତ ରଖିପାରିଛନ୍ତି। ବ୍ୟାଙ୍କରେ ଜମାକାରୀଙ୍କ ସ୍ୱାର୍ଥ ସୁରକ୍ଷିତ ରଖିବାକୁ ସଂସଦର ଶୀତ ଅଧିବେଶନ କାଳରେ ଡିପୋଜିଟ ଇନସ୍ୟୁରାନ୍ସ ଆଣ୍ଡ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ ବିଲ୍‍ ୨୦୨୧କୁ ଅନୁମୋଦନ କରାଯାଇଛି। ଏହାଦ୍ୱାରା ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୌଣସି ବ୍ୟାଙ୍କ କ୍ଷେତ୍ରରେ ମୋରାଟୋରିୟମ ଲାଗୁ କରାଯିବା କ୍ଷେତ୍ରରେ ଜଣେ ଆକାଉଣ୍ଟଧାରୀଙ୍କୁ ୯୦ ଦିନ ମଧ୍ୟରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ମିଳିପାରିବ।

ଭାରତ ସମଗ୍ର ବିଶ୍ୱରେ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ଉଭା ହୋଇଛି ଏବଂ ଆଗାମୀ ୧୦ରୁ ୧୫ ବର୍ଷ ମଧ୍ୟରେ ଏହା ବିଶ୍ୱର ଶ୍ରେଷ୍ଠ ତିନିଟି ଅର୍ଥନୀତି ମଧ୍ୟରେ ସ୍ଥାନପାଇବା ଆଶା କରାଯାଉଛି। ଏହାର ମଜଭୁତ ଗଣତାନ୍ତ୍ରିକ ବ୍ୟବସ୍ଥା ସହିତ ଦୃଢ ସହଭାଗିତା ଏ କ୍ଷେତ୍ରରେ ବିଶେଷ ସହାୟକ ହେବ ବୋଲି କୁହାଯାଉଛି। ସମ୍ପ୍ରତି ଦେଶର ମୋଟ ଘରୋଇ ଉତ୍ପାଦନ (ଜିଡିପି) ପ୍ରାୟ ୫୨ ଲକ୍ଷ କୋଟି ଟଙ୍କା ରହିଛି। ବିଶ୍ୱରେ ଭାରତ ଚତୁର୍ଥ ସର୍ବାଧିକ ୟୁନିକର୍ନ ରହିଥିବା ଦେଶ ହୋଇଛି ଏବଂ ୨୧ରୁ ଅଧିକ ୟୁନିକର୍ନ ଏଠରେ ରହିଥିବାବେଳେ ସେଗୁଡିକର ମୋଟ ମୂଲ୍ୟ ପ୍ରାୟ ୭୩.୨ ବିଲିଅନ ଡଲାର ବୋଲି ହୁରୁନ ଗ୍ଲୋବାଲ ୟୁନିକର୍ନ ତାଲିକାରେ କୁହାଯାଇଛି। ୨୦୨୫ ସୁଦ୍ଧା ଭାରତରେ ୟୁନିକର୍ନ ସଂଖ୍ୟା ୧୦୦ରେ ପହଞ୍ଚିବ ଏବଂ ସେଗୁଡିକ ପ୍ରାୟ ୧.୧ ନିୟୁତ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ ବୋଲି ନାସକମ-ଜିନୋଭ ରିପୋର୍ଟରେ ଦର୍ଶାଯାଇଛି। ଅନ୍ୟପକ୍ଷରେ ମ୍ୟାକିନ୍‍ସେ ଗ୍ଲୋବାଲ ଇନଷ୍ଟିଚ୍ୟୁଟ କହିଛି ଯେ ଭାରତ ନିଜର ଉତ୍ପାଦିକତା ଏବଂ ଅର୍ଥନୈତିକ ଅଭିବୃଦ୍ଧି ଧାରା ବଜାୟ ରଖିବାକୁ ହେଲେ ୨୦୨୩ରୁ ୨୦୩୦ ମଧ୍ୟରେ ୯୦ ନିୟୁତ ଅଣ କୃଷି ନିଯୁକ୍ତି ସୃଷ୍ଟି କରିବାକୁ ହେବ। ଏହି ସମୟ ମଧ୍ୟରେ ବାର୍ଷିକ ୮ରୁ ୮.୫% ଅଭିବୃଦ୍ଧି ହାସଲ କରିବା ପାଇଁ ଭାରତରେ ନେଟ୍‍ ନିଯୁକ୍ତି ହାର ବାର୍ଷିକ ୧.୫% ହାରରେ ଅଭିବୃଦ୍ଧି ଘଟାଇବାକୁ ପଡ଼ିବ।

Comments are closed.