ବିମାନରେ ମଶା ଥିବାରୁ ୩ ଜଣ ଆଇନଜୀବୀଙ୍କୁ ଇଣ୍ଡିଗୋ ଦେବ ୧ଲକ୍ଷ ୨୦ ହଜାର କ୍ଷତିପୂରଣ

0

ନୂଆଦିଲ୍ଲୀ . –  ବିମାନରେ ମଶା ଥିବା କଥା ଅଭିଯୋଗ କରିଥିବା ୩ ଜଣ ଆଇନଜୀବୀଙ୍କୁ ଇଣ୍ଡିଗୋ ଏୟାରଲାଇନ୍ସ୍‌ ପ୍ରତ୍ୟେକଙ୍କୁ ୪୦ ହଜାର ଲେଖାଏଁ ମୋଟ୍‌ ଏକ ଲକ୍ଷ ୨୦ ହଜାର ଟଙ୍କା କ୍ଷତିପୂରଣ  ଦେବା ପାଇଁ ଅମୃତସର ଉପଭୋକ୍ତା ଫୋରମ୍‌ ନିର୍ଦେଶ ଦେଇଛନ୍ତି । ଏହା ସହ ଭାରତୀୟ ବିମାନ ପ୍ରାଧିକରଣକୁ ୧୫ ହଜାର ଟଙ୍କା ଜମା ଦେବା ପାଇଁ ନିର୍ଦେଶ ଦେଇଛନ୍ତି ।

ଦିଲ୍ଲୀରୁ ବିମାନ ଯାତ୍ରା କରିବା ସମୟରେ ଏହି ଆଇନଜୀବୀମାନେ ବିମାନ ଭିତରେ ମଶା ଦେଖିଥିଲେ। ଏହାପରେ ସେମାନେ ସେଥିରେ ଥିବା କର୍ମଚାରୀମାନଙ୍କୁ ଅଭିଯୋଗ କରିଥିଲେ । ମାତ୍ର କର୍ମଚାରୀମାନେ ଏହାକୁ ଅତି ଛୋଟ କଥା ବୋଲି କହିଥିଲେ । ଦିଲ୍ଲୀରୁ ଇଣ୍ଡିଗୋର ବିମାନଟି ଅମୃତସର ଯାଇଥିଲା । ଆଇନଜୀବୀମାନେ ଉପଭୋକ୍ତା ଫୋରମ୍‌ ଅଭିଯୋଗ କରିଥିଲେ । ଇଣ୍ଡିଗୋ ବିମାନ ଭିତରେ କୀଟ ପତଙ୍ଗ ନ ପଶିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଥିବା କଥା କହିଥିଲା । ମାତ୍ର ଇଣ୍ଡିଗୋ କେତକ ସ୍ଥଳରେ କୀଟ ପତଙ୍ଗମାନଙ୍କୁ ରୋକିବା ସମ୍ଭବ ନୁହେଁ ବୋଲି ଦର୍ଶାଇଥିଲା । ଫୋରମ୍‌ ଏହାକୁ ଗ୍ରହଣ କରି ନ ଥିଲେ ।  ବିମାନ ଯାତ୍ରୀ ତଥା ଆଇନଜୀବୀ ଦୀପିନ୍ଦର ସିଂ, ସଖନଦୀପ ସିଂସ ଓ ଉପ୍‌ଦୀପ ସିଂଙ୍କୁ କ୍ଷତିପୂରଣ ଦେବା ପାଇଁ ନିର୍ଦେଶ ଦେଇଛନ୍ତ ।

 

 

Leave A Reply